scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏ ନଳକୂପକୁ କେହି ଛୁଅଁନା… କୋଭିଡ ଆକ୍ରାନ୍ତ ପିଇଥିଲେ ପାଣି, ୩ ବର୍ଷ ହେଲା ଗାଁରେ ହେଉନି ବ୍ୟବହାର

14/11/2023 at 2:49 PM

କଳାହାଣ୍ଡି ୧୪।୧୧ : ଗୋଟିଏ ପରିବାର କିମ୍ବା ଜଣେ ଲୋକଙ୍କୁ ଗାଁରୁ ବାସନ୍ଦ କରିବା କଥା ନିଶ୍ଚିୟ ଶୁଣିଥିବେ । କିନ୍ତୁ ଗୋଟିଏ ନଳକୂପକୁ ବାସନ୍ଦ କଲା ଭଳି ଘଟଣା କେବେ ଶୁଣିଛନ୍ତି କି ? କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବୋରିଆ ଗାଁରୁ ଆସିଛି ଏପରି ଅଜବ ଘଟଣା ।

ଖବର ଅନୁଯାୟୀ, ବୋରିଆ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ଏକ ନଳକୂପ ରହିଛି । କୋଭିଡ ସମୟରେ ବାହାରୁ ଆସୁଥିବା ଲୋକଙ୍କୁ ତଥା କୋଭିଡରେ ଆକ୍ରାନ୍ତଙ୍କୁ ପ୍ରଶାସନ ପକ୍ଷରୁ ସେହି ବିଦ୍ୟାଳୟରେ ରଖାଯାଇଥିଲା । ସେତେବେଳେ ବିଦ୍ୟାଳୟରେ ପିଇବା ପାଣି ଟ୍ୟାପ ଯୋଗଯୋଗ ନଥିବା ଯୋଗୁଁ ରୋଗୀମାନେ ଏହି ନଳକୂପର ପାଣି ବ୍ୟବହାର କରୁଥିଲେ । ଯାହାକୁ ଦେଖି ଗାଁର ଲୋକମାନେ ସେହି ନଳକୂପର ପାଣି ବ୍ୟବହାର କରିବାକୁ ଘୃଣା କଲେ ଏବଂ ଭୟ ମଧ୍ୟ କରିଥିଲେ । ସେଥିପାଇଁ ଗାଁ ଲୋକ ମିଶି ନଳକୂପକୁ ବାସନ୍ଦ କରି ଦେଇଥିଲେ । ଗାଁରେ କେହି ମଧ୍ୟ ନଳକୂପକୁ ବ୍ୟବହାର କରୁନଥିବା ବେଳେ ତା ପାଖକୁ ଯିବା ପାଇଁ ରାଜି ହେଉନାହାନ୍ତି ।

ସେପଟେ ଏହି ଘଟଣାକୁ ୩ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସେହି ମାନସିକତା ଆଜି ଯାଏଁ ବଦଳିନାହିଁ । ଆଜିବି ଲୋକେ ସେହି ନଳକୂପର ପାଣି ପିଇବା ପାଇଁ କିମ୍ବା ସେହି ନଳକୂପକୁ ବ୍ୟବହାର କରିବାକୁ ରାଜି ହେଉନାହାନ୍ତି । ଯେଉଁଥି ପାଇଁ ନଳକୂପଟି ଅବ୍ୟବହୃତ ହୋଇ ପଡିରହିଛି ।

   Related Posts