ଫ୍ଲିପକାର୍ଟ ଏବଂ ଆମାଜନ୍ ଭଳି ସପିଙ୍ଗ୍ ସାଇଟ୍ ରେ ଓଡିଶାର ଗାଁ ମହିଳାଙ୍କ କାଇଁଚ କଳାକୃତୀ
24/09/2018 at 5:21 PM

କେନ୍ଦ୍ରାପଡା ୨୪|୯: ନିଜ ଇଛା ଶକ୍ତି ଏବଂ ଏକାଗ୍ରତା ହିଁ ମଣିଷକୁ ସଫଳତା ଆଣିଦିଏ। ଏହା ପ୍ରମାଣ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବାରୋ ଗାଁର କିଛି ମହିଳା। ଧାନ ବିଲରେ ହେଉଥିବା କାଇଁଚକୁ ସଂଗ୍ରହ କରି ସେଥିରେ ତିଆରି କରୁଛନ୍ତି ଭଳିକି ଭଳି ସାମଗ୍ରୀ। ନିଜ ପ୍ରତିଭାର ପରିଚୟ ଦେବା ସହ ଆର୍ଥିକ ସ୍ବଛଳତା ସେମାନଙ୍କୁ କରିଛି ସ୍ବାବଲମ୍ବୀ। ସବୁଠୁ ବଡ କଥା ହେଲା ଏହି ମହିଳାମାନଙ୍କ ହାତ ତିଆରି ସାମଗ୍ରୀ ଏବେ ଫ୍ଲିପକାର୍ଟ ଏବଂ ଆମାଜନ୍ ଭଳି ସପିଙ୍ଗ୍ ସାଇଟ୍ ରେ ଉପଲବ୍ଧ ହେଲାଣି ।
ଧାନ ବିଲରୁ ଫ୍ଲିପକାର୍ଟ ଓ ଆମାଜନ । ଅନଲାଇନରେ ମିଳୁଛି କାଇଁଚରେ ତିଆରି ସୂକ୍ଷ୍ମ କାରୁକାର୍ଯ୍ୟ । ଅନାବନା କାଇଁଚ ଗଛରୁ ତିଆରି ହେଉଛି ଆକର୍ଷଣୀୟ ସାମଗ୍ରୀ । କେନ୍ଦ୍ରାପଡା ଜିଲ୍ଲା ବାରୋ ଗାଁର କିଛି ସ୍ବାବଲମ୍ବୀ ମହିଳାଙ୍କ ହାତ ତିଆରି ଜିନିଷ ଏବେ ସାରା ବିଶ୍ବରେ ଉପଲବ୍ଧ। ପାଛିଆ, ଭ୍ୟାନିଟି ବ୍ୟାଗ୍, ଫୁଲଦାନୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଘରକରଣା ଜିନିଷ ଏବେ ମିଳିବ ସପିଙ୍ଗ ସାଇଟରେ । ଆଉ ଏହି କଳାକୃତି ମାଧ୍ୟମରେ ଓଡିଶାର ପରମ୍ପରା ଓ ଆଦିବାସୀ ସଂସ୍କୃତିର ଝଲକ ପାଇପାରିବେ ଗ୍ରାହକ ।
ବିଶେଷକରି ବର୍ଷା ଦିନେ ବିଲରେ କାଇଁଚ ହେ।ଇଥାଏ । ଯାହାକୁ ସଂଗ୍ରହ କରି ସରୁ ସରୁ ପାତରେ ପରିଣତ କରାଯାଏ। ପରେ ସାମାନ୍ୟ ପାଣିରେ ଓଦା କରି ନରମ କରିବା ପରେ ଆରମ୍ଭ ହୁଏ ପ୍ରସ୍ତୁତି। ଛେ।ଟ ଛେ।ଟ କାଇଁଚ ଖଣ୍ଡକୁ ଯେ।ଡି ତିଆରି ହେ।ଇଥାଏ ଆକର୍ଷଣୀୟ କଳାକୃତୀ । ବାରୋ ଗାଁର ଶ୍ରୀ ସିଦ୍ଧ ‘ବଳଦେବଜୀଉ’ ଏବଂ ‘ହସ୍ତକଳା’ ନାମକ ଦୁଇଟି ଅନୁଷ୍ଠାନର ଏହି କାର୍ଯ୍ୟକ୍ରମ ଚଳାଇଛି । ଦେଶ ବିଦେଶରେ କାଇଁଚ ପହଞ୍ଚିବା ସହିତ ଆତ୍ମନିର୍ଭରଶୀଳ ହେ।ଇପାରିଛନ୍ତି ପ୍ରାୟ ୩୦ ଜଣ ମହିଳା ଏବଂ ଯୁବତୀ ।’ବଳଦେବଜୀଉ’ ଏବଂ ‘ହସ୍ତକଳା’ ଅନୁଷ୍ଠାନର ଏହି କାମ କେବଳ ପ୍ରଶଂସନୀୟ ନୁହେଁ, ପ୍ରେରଣାଦାୟକ ମଧ୍ୟ ।