ଆମେ ପରମାଣୁ ଶକ୍ତି... ଭିକ ମାଗିବାକୁ ଲାଜ ଲାଗୁଛି, ଦେଶରେ ଆର୍ଥିକ ସ୍ଥିତି ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୟାନ

Published By : Prameya-News7 Bureau | January 15, 2023 IST

ନୂଆଦିଲ୍ଲୀ: ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ସ୍ଥିତି ଏପରି ହୋଇଛି ଯେ ଲୋକମାନେ ଅଟା ପାଇଁ ସଂଘର୍ଷ କରୁଛନ୍ତି । ସହାୟତା ପାଇଁ ବିଭିନ୍ନ ଦେଶକୁ ପାକିସ୍ତାନ ନିବେଦନ କରୁଛି । ଏହାରି ଭିତରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ବୟାନ ଦେଶ କେଉଁ ସ୍ଥିତି ଦେଇ ଗତି କରୁଛି ତାହା ସ୍ପଷ୍ଟ କରିଛି । ଶହବାଦ ସରିଫ କରିଛନ୍ତି ଯେ ଗୋଟିଏ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ନିଜ ଅର୍ଥନୀତିକୁ ରକ୍ଷା କରିବା ପାଇଁ ଭିକ୍ଷ ମାଗିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ପାକିସ୍ତାନ ପ୍ରଶାସନିକ ସେବାର ପାସିଂ ଆଉଟ୍ ସମାରୋହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହି କଥା କହିଛନ୍ତି । ବିଦେଶରୁ ଇନ୍ଧନ ମାଗିବା ସମୟରେ ଲଜ୍ଜିତ ହେବାକୁ ପଡୁଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସରିଫ ନିଜର ୟୁଏଇ ଗସ୍ତ ବିଷୟରେ ଉଲ୍ଲେଖ କରିଥିଲେ । ଦ ନ୍ୟୁ ଇଣ୍ଟରନ୍ୟାସନାଲ ଅନୁସାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜର ଦୁଇ ସହଯୋଗୀ ପଡୋଶୀ ରାଷ୍ଟ୍ର ୟୁଏଇ ଏବଂ ସାଉଦିକୁ ଧନ୍ୟବାଦ ଦେବା ସହ ଅତିରିକ୍ତ ସହାୟତା ଚାହୁଁଛି ବୋଲି କହିଛନ୍ତି । ଆଇଏମଏଫରୁ ସହାୟତା ନ ମିଳିବା ଯାଏ ଏହି ଦେଶ ଗୁଡିକ ଆର୍ଥିକ ସହଯୋଗ ଜାରି ରଖନ୍ତୁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାକିସ୍ତାନର ଅସ୍ଥିର ରାଜନୈତିକ ସ୍ଥିତି ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛି । ଏହି କାରଣରୁ ନୀତି ନିର୍ମାତା ଆଇଏମଏଫକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରୁ ନାହାନ୍ତି । ଜାନୁଆରୀ ୬ ସୁଦ୍ଧା ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାରରେ ମାତ୍ର ୧୦ ବିଲିୟନ ଡଲାର ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନ କହିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.