scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗାଜାରୁ ଆଉ ୧୬ ଇସ୍ରାଏଲ୍ ପଣବନ୍ଦୀ ମୁକ୍ତ; ଏବେ ବି ୨୦ଜଣ ହମାସ୍ କବଜାରେ

1/12/2023 at 11:09 AM

ଜେରୁଜେଲମ୍‌,୩୦/୧୧: ସପ୍ତମ ଦିନରେ ଇସ୍ରାଏଲ୍‌ ଓ ହମାସ୍‌ ମଧ୍ୟରେ ଯୁଦ୍ଧବିରତି । ଉଭୟ ପକ୍ଷରୁ ବନ୍ଦ ରହିଛି ଆକ୍ରମଣ ଓ ପ୍ରତି ଆକ୍ରମଣ ।  ସୋମବାର ଏହା ଦୁଇଦିନ ପାଇଁ ବଢ଼ିଥିଲା ଯୁଦ୍ଧବିରାମ । ଚୁକ୍ତି ଅନୁଯାୟୀ, ଷଷ୍ଠ ଦିନରେ ଆଉ ୧୬ଜଣ ଇସ୍ରାଏଲ୍ ପଣପନ୍ଦୀଙ୍କୁ ହମାମ୍ ମୁକ୍ତ କରିଛି । ସେମାନେ ରାଫା କ୍ରସିଂ ଦେଇ ଇଜିପ୍ଟରେ ପହଞ୍ଚିଛନ୍ତି । ସେଠାରୁ ସେମାନେ ସ୍ବଦେଶକୁ ଫେରିଥିବା ଇସ୍ରାଏଲ୍‌ ସେନା ପକ୍ଷରୁ କୁହାଯାଇଛି । ଏନେଇ ଟ୍ୱିଟ୍‌ କରି ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) କହିଛି।

 ଅସ୍ତ୍ରବିରତିକୁ ବୃଦ୍ଧି ପାଇଁ ମଧ୍ୟସ୍ଥି ରାଷ୍ଟ୍ରଗୁଡ଼ିକ ଚେଷ୍ଟା ଚଳାଇଛନ୍ତି । ସେମାନଙ୍କ ଉଦ୍ୟମ ପ୍ରଶଂସନୀୟ । ପଣବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ହମାସ୍‌ ସହ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ବଢ଼ାଇବାକୁ ଇସ୍ରାଏଲ୍‌ ପ୍ରସ୍ତୁତ । ବୁଧବାର ହମାସ୍‌ ୧୦ ଇସ୍ରାଏଲୀ ମହିଳା ଓ ଶିଶୁଙ୍କୁ ମୁକ୍ତ କରିଥିଲା । ଏଥିସହ ୪ଜଣ ଥାଇଲାଣ୍ଡ ଏବଂ ୨ଜଣ ରୁଷୀୟ ମହିଳାଙ୍କୁ ଛଡ଼ାଯାଇଥିଲା । ଏହା ବଦଳରେ ଇସ୍ରାଏଲ୍‌ ୩୦ ପାଲେଷ୍ଟିନୀୟ କଏଦୀଙ୍କୁ ଛାଡ଼ିଥିଲା । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ହମାସ୍‌ ଜଣେ ବନ୍ଧକଙ୍କୁ ଛାଡ଼ିଲେ ଇସ୍ରାଏଲ୍‌ ୩ ପାଲେଷ୍ଟିନୀୟ କଏଦୀଙ୍କୁ ମୁକ୍ତ କରିବ । ୬ଦିନରେ ୭୩ ଇସ୍ରାଏଲୀଙ୍କୁ ମକ୍ତ କରାଗଲାଣି । ସେହିପରି ଅନ୍ୟଦେଶର ୨୪ ନାଗରିକ ବି ମୁକୁଳିଛନ୍ତି ।

ଗାଜାରେ ଏବେ ବି ୨୦ରୁ ମହିଳା ପଣବନ୍ଦୀ ରହିଛନ୍ତି । ଯଦି ଯୁଦ୍ଧବିରତି ଚୁକ୍ତି ଅବଧି ବଢ଼ିଚାଲେ ତେବେ ଏମାନଙ୍କୁ ମୁକ୍ତ କରିବା ସହଜ ହେବ । ଏହା ହମାସ୍‌ ଉପରେ ନିର୍ଭର କରୁଛି । ଇସ୍ରାଏଲ୍‌ କହିଛି ଯେ, ଗାଜାରେ ୧୨୬ ଇସ୍ରାଏଲୀ ପୁରୁଷ ବନ୍ଧକ ରହିଛନ୍ତି । ଏଭଳି ସ୍ଥିତିରେ ହମାସ୍‌ କିଛି ବଡ଼ ଦାବି କରିପାରେ ବୋଲି କୁହାଯାଉଛି ।

   Related Posts