ଗୁରୁବାର ଅର୍ଥମନ୍ତ୍ରାଳୟରେ ପାଳିତ ହେବ ‘ହାଲୱା ସେରିମନି’, ୨୦୨୨ରେ ବଣ୍ଟା ଯାଇଥିଲା ମିଠେଇ
25/01/2023 at 6:55 PM

ନୂଆଦିଲ୍ଲୀ ୨୫।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖ ଦିନ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ପରମ୍ପରା ଅନୁସାରେ କେନ୍ଦ୍ର ବଜେଟ୍ ପୂର୍ବରୁ ଅର୍ଥମନ୍ତ୍ରାଳୟରେ ‘ହାଲୱା ସେରିମନି’ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ତାରିଖ ବୁଧବାର ସ୍ପଷ୍ଟ ହୋଇଯାଇଛି। ଚଳିତବର୍ଷ ୨୬ ଜାନୁୟାରୀ ଗୁରୁବାର ଦିନ ଅର୍ଥମନ୍ତ୍ରାଳୟରେ ‘ହାଲୱା ସେରିମନି’ ଅନୁଷ୍ଠିତ ହେବ।
ପରମ୍ପରା ଅନୁସାରେ ହାଲୱା ସେରିମନି ନର୍ଥ ବ୍ଲକ୍ରେ ଥିବା ଅର୍ଥମନ୍ତ୍ରାଳୟଙ୍କ ବଜେଟ୍ ପ୍ରେସ୍ରେ ଅନୁଷ୍ଠିତ ହୋଇଥାଏ ଓ ସମସ୍ତ କର୍ମଚାରୀଙ୍କୁ ବିତରଣ କରାଯାଇଥାଏ। ମୁହଁ ମିଠା କରିବା ପରେ ସବୁ କର୍ମଚାରୀ ବାର୍ଷିକ ବଜେଟ୍ ପ୍ରସ୍ତୁତିରେ ଲାଗିପଡନ୍ତି। ମନ୍ତ୍ରାଳୟରେ ଏହି ପରମ୍ପରା ପ୍ରତିବର୍ଷ ହୋଇ ଆସୁଛି। ତେବେ ୨୦୨୨ ମସିହାରେ କୋଭିଡ ଯୋଗୁ ଏହି ପରମ୍ପରା ପାଳିତ ହୋଇ ପାରିନଥିଲା। ଏ ନେଇ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କୋର ଷ୍ଟାଫଙ୍କୁ ସେମାନଙ୍କ କାର୍ଯ୍ୟସ୍ଥଳରେ ‘ଲକ୍-ଇନ’ରେ ରହିବା ଯୋଗୁ ମିଷ୍ଟାନ୍ନ ବଣ୍ଟା ଯାଇଥିଲା।
The Halwa ceremony, marking the final stage of the Budget preparation process for Union Budget 2023-24, will be held tomorrow in the presence of Union Finance & Corporate Affairs Minister Smt. @nsitharaman, in the Budget Press situated inside North Block. (1/4) pic.twitter.com/PZJuyk6R5x
— Ministry of Finance (@FinMinIndia) January 25, 2023
ବଜେଟ୍ ପୂର୍ବରୁ ମନ୍ତ୍ରାଳୟରେ ହାଲୱା ସେରିମନି ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା। ହଲୱା ସେରିମନି ପରେ ବଜେଟ ସମ୍ପର୍କିତ ସବୁ ଅଧିକାରୀ ସଂସଦରେ ବଜେଟ୍ ଉପସ୍ଥାପନ ହେବା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ବନ୍ଦ ହୋଇ ରହିବେ। ଏଥିରେ କର୍ମଚାରୀମାନେ ପ୍ରାୟ ୧ ସପ୍ତାହ ପର୍ଯ୍ୟନ୍ତ ବିତ୍ତମନ୍ତ୍ରାଳଙ୍କ ବଜେଟ୍ ପ୍ରସ୍ତୁତ ହେଉଥିବା କକ୍ଷରେ ରାତି ଦିନ ବିତାଇ ଥାନ୍ତି। ଏପରିକି ପରିବାରକୁ ମଧ୍ୟ ଭେଟି ପାରିନଥାନ୍ତି। ଚଳିତବର୍ଷ ସଂସଦର ବଜେଟ୍ ଅଧିବେଶନ ୩୧ ଜାନୁୟାରୀରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।
ବଜେଟ୍ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ। ଚଳିତ ବର୍ଷ ବଜେଟ୍ ଅଧିବେଶନ କାଳରେ ମୋଟ ୨୭ଟି ବୈଠକ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ୩୧ ଜାନୁୟାରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ପାଖାପାଖି ୧ ମାସ ଛୁଟି ପରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ ଯାହା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।