କିଆବୁଦା ମୂଳେ ପଡିଛି ନିଖୋଜ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ବୁଧବାର ରାତିରୁ ଥିଲେ ନିଖୋଜ

Published By : Prameya-News7 Bureau | July 14, 2022 IST

ଚଣ୍ଡିଖୋଲ ୧୪।୭: କିଆବୁଦା ମୂଳେ ପଡିଛି ନିଖୋଜ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରୀ ଗାଁରେ ଘଟିଛି ଏଭଳି ଘଟଣା । ମୃତ ମହିଳା ହେଲେ ସୁରେନ୍ଦ୍ର ଦାଶଙ୍କ ପତ୍ନୀ ଗୀତାଞ୍ଜଳି ଦାଶ । ସେ ବୁଧବାର ରାତିରୁ ନିଖୋଜ ଥିବାବେଳେ ବୁଧବାର ଧର୍ମଶାଳା ଥାନାରେ ତାଙ୍କ ଭାଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ଭଉଣୀ ନିଖୋଜ ହେବା ନେଇ ଅଭିଯୋଗ କରିଥିଲେ ।

{"id":656004,"width":842,"height":463,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ସୁନାରୀ ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଗୀତାଞ୍ଜଳି ୧୬ବର୍ଷ ତଳେ ବାରବାଟୀ ବାଙ୍କସାହି ଗ୍ରାମର ସୁରେନ୍ଦ୍ର ଦାଶଙ୍କୁ ବିବାହ କରିଥିଲେ। ତେବେ ଗତ ୫/୬ବର୍ଷ ହେବ ଗୀତାଞ୍ଜଳି ପାରିବାରିକ କଳହ ଯୋଗୁଁ  ଏକମାତ୍ର ଝିଅକୁ ଧରି ବାପଘରେ ଆସି ରହୁଥିଲେ । ଗୀତାଞ୍ଜଳି ବାପଘରେ ରହିବା ପରେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ତେବେ ମଙ୍ଗଳବାର ହଠାତ ଘରୁ କୁଆଡେ ଚାଲିଯାଇଥିଲେ ।  ତେବେ ଗୁରୁବାର ସକାଳୁ ଘରଠାରୁ କିଛି ଦୂରରେ ଥିବା କିଆବୁଦା ମୂଳେ ଦରପୋଡ଼ା ଅବସ୍ଥାରେ ଏକ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଏହା ଗୀତାଞ୍ଜଳିଙ୍କର ବୋଲି ଜଣାପଡିଥିଲା ।  ନିକଟରେ ପ୍ଲାଷ୍ଟିକ ଜାର ପଡିଥିବା ବେଳେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା  କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.