କମିବ ଚୀନର ପ୍ରଭାବ; ବିଶ୍ୱର ୨୫% iPhone ଭାରତରେ ତିଆରି ହେବ !
18/01/2023 at 3:56 PM

ନୂଆଦିଲ୍ଲୀ: ଭାରତରେ iPhone ପ୍ରଡକ୍ସନକୁ ବଢ଼ାଇବ ଆମେରିକା କମ୍ପାନୀ ଆପଲ। ଚୀନ୍ ଭରସାରେ ଆଉ ରହିବ ନାହିଁ କମ୍ପାନୀ । ଚୀନ ଉପରରୁ ନିର୍ଭରତା ହ୍ରାସ କରୁଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । iPhone ହେଉ କି ଅନ୍ୟ କୌଣସି ଆପଲ୍ ପ୍ରଡକ୍ଟ କମ୍ପାନୀ ନିଜର ଉତ୍ପାଦନ, ଚୀନରୁ ବାହାରେ କରିବାକୁ ଚାହୁଁଛି । iPhone କମ୍ପାନୀ ଚୀନରୁ ପ୍ରଡକ୍ସନ ବନ୍ଦ କରିବା ସହିତ ନିର୍ଭରତା ମଧ୍ୟ ଧୀରେ ଧୀରେ ହ୍ରାସ କରୁଛି । ଅନ୍ୟପଟେ ଏହାର ବଡ଼ ଫାଇଦା ଭାରତକୁ ହେବାକୁ ଯାଉଛି ।
ଚୀନ୍, ଭାରତ ଏବଂ iPhone । ଏହି ତିନି ନାଁ ଏକ ନୂଆ ବଜାର ସମୀକରଣକୁ ଓଲଟପାଲଟ କରିପାରିବେ । iPhone ଦୁନିଆର ସବୁଠାରୁ ବଡ଼ ଟେକ୍ନୋଲୋଜି କମ୍ପାନୀ । ପ୍ରତିବର୍ଷ ହଜାରେ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରୁଛି । ଚୀନ୍ ଆପଲ୍ ଫୋନର ବଡ଼ ନିର୍ମାତା ଦେଶ । ହେଲେ କରୋନା ବଦାଇ ଦେଇଛି ଚିତ୍ର । ଚୀନରେ ଉତ୍ପାଦନ ହାର ଏବେ କମିବାରେ ଲାଗିଛି । ଏହି ଉତ୍ପାଦନ ଏବେ ଭାରତରେ ବଢ଼ାଇବାରେ ଲାଗିଛି କମ୍ପାନୀ । ଏକ ରିପୋର୍ଟ ଅନୁଯାୟୀ, ୨୦୨୭ ସୁଦ୍ଧା ପୂରା ବିଶ୍ବରେ ମେଡ୍ ଇନ ଇଣ୍ଡିଆ ଆଇଫୋନ୍ ମିଳିବ ବୋଲି ପ୍ରକାଶ ପାଇଛି । ୨୦୨୫ ସୁଦ୍ଧା ୨୫ ପ୍ରତିଶତ ଫୋନ୍ ଭାରତରେ ଉତ୍ପାଦନ ହେବ । ଏହାର ଚର୍ଚ୍ଚା କେବଳ ଭାରତ ବଜାରରେ ଚୀନ ମାକେର୍ଟ ମଧ୍ୟ ଶୁଣିବାକୁ ମିଳିଛି ।
କୋଭିଡ୍ ପାଇଁ iPhoneର ସବୁଠାରୁ ବଡ଼ ଆସେମ୍ବଲ୍ ପ୍ଲାଣ୍ଟ ପ୍ରଭାବିତ ହୋଇଛି । ଫଳରେ କମ୍ପାନୀକୁ ପ୍ରତି ସପ୍ତାହରେ ଆରବ ଡଲାର କ୍ଷତି ସହିବାରୁ ପଡ଼ିଥିଲା । ଗତ କିଛି ବର୍ଷ ହେଲା ଆପଲ୍ ଚୀନରୁ ନିଜର ଉତ୍ପାଦନ ହ୍ରାସ କରିବାରେ ଲାଗିଛି । ଅନ୍ୟପଟେ ଭାରତରେ ଆଇଫୋନ୍ ସବୁଠାରୁ ବଡ଼ ଉତ୍ପାଦନ ସେଣ୍ଟର ଭାବେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହୁଁଛି।
ବ୍ଲମବର୍ଗର ରିପୋର୍ଟ ଅନୁସାରେ, ବର୍ତ୍ତମାନ ଭାରତରେ ୨.୨୭ ଆପଲ ସପ୍ଲାଏ ଫେସିଲିଟି ରହିଛି। ଅର୍ଥାତ୍ ଆଇଫୋନ ଉତ୍ପାଦନରେ ଭାରତ ବର୍ତ୍ତମାନ ଅଷ୍ଟମ ସ୍ଥାନରେ ରହିଛି। ପ୍ରଥମେ ଆମେରିକା, ଚୀନ, ଜାପାନ, ଜର୍ମାନୀ, ୟୁକେ, ତାଇୱାନ, ଫ୍ରାନ୍ସ ଓ ଦକ୍ଷିଣ କୋରିଆ ରହିଛି। ତେବେ ଭାରତର ଏହି ଛବି ତୁରନ୍ତ ବଦଳିବାକୁ ଯାଉଛି। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ୨୦୨୭ ପରେ ବିଶ୍ୱର ପ୍ରତ୍ୟେକ ଦୁଇଟି ଫୋନ୍ରୁ ଗୋଟିଏ ଭାରତରେ ନିର୍ମାଣ ହୋଇଥିବା। ଏହା ପୂର୍ବରୁ ଜେପି ମୋରଗାନ ଅନୁମାନ କରି କହିଥିଲେ ଯେ ୨୦୨୫ ପରେ ବିଶ୍ୱର ୨୫ ପ୍ରତିଶତ iPhone ନିର୍ମାଣ ହେବ।