ନାବାଳିକାଙ୍କ ପେଟରେ ହେଉଥିଲା ଯନ୍ତ୍ରଣା, ଅପରେସନ ପରେ ବାହାରିଲା ଅଧା କିଲୋ ଓଜନର ଏହି ଜିନିଷ… ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର

Published By : Prameya-News7 Bureau | January 28, 2020 IST

କୋଏମ୍ବଟୁର ୨୮।୧: ତାମିଲନାଡୁ କୋଏମ୍ବଟୁରରେ ୧୩ ବର୍ଷର ନାବାଳିକା ଜଣଙ୍କ କ୍ରମାଗତ ଭାବେ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଫଳରେ ଚିକିତ୍ସା ପାଇଁ ପରିବାରର ଲୋକ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କର ପରୀକ୍ଷା କରି ଯାହା ଜାଣିବାକୁ ପାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।

ସୂଚନାଯୋଗ୍ୟ ଯେ, କୋଏମ୍ବଟୁରରେ ସପ୍ତମ ଶ୍ରେଣୀରେ ପଢୁଥିବା ନାବାଳିକା ଜଣଙ୍କ ପ୍ରତିଦିନ ପେଟରେ ଯନ୍ତ୍ରଣା ହେଉଥିବା ଘରଲୋକଙ୍କୁ କହୁଥିଲା । ଫଳରେ ପରିବାରଲୋକ ତାଙ୍କର ପରୀକ୍ଷା କରାଇବା ପାଇଁ ହସ୍ପିଟାଲକୁ ନେଇଯାଇଥିଲେ । କୋଏମ୍ବଟୁରର ବିଜେଏମେ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲର ଡାକ୍ତର ପେଟରେ ଯନ୍ତ୍ରଣା ହେବାର କାରଣ ଜାଣିବା ପାଇଁ ପେଟର ସ୍କାନ କରାଇଥିଲେ । ସ୍କାନ ପରେ ପେଟରେ କୌଣସି ଅଦରକାରୀ ଜିନିଷ ଅଟକିଯିବା ଯୋଗୁଁ ପେଟରେ ଯନ୍ତ୍ରଣା ହେଉଥିବା ଜାଣିବାକୁ ପାଇଥିଲେ । ଫଳରେ ଡାକ୍ତରମାନେ ନିଷ୍ପତ୍ତି ନେଲେ ଯେ, ଇଣ୍ଡୋସ୍କୋପି ମାଧ୍ୟମରେ ସସବୁକୁ ବାହାର କରିବା ପାଇଁ । ମାତ୍ର ତାହା ସଫଳ ହେଲାନାହିଁ ।

ଫଳରେ ହସ୍ପିଟାଲର ବରିଷ୍ଠ ଡାକ୍ତରୀ ଟିମ୍ ସେସବୁକୁ ବାହାର କରିବାକୁ ଅପରେସନ କରିବାକୁ ନିଷ୍ପତ୍ତି ନେଲେ । ଅପରେସନ ବେଳେ ଡାକ୍ତରମାନେ ଯାହା ଦେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ନାବାଳିକାଙ୍କ ପେଟରୁ ପ୍ରାୟ ଅଧା କିଲୋ ଓଜନର କେଶ ବାହାରିଥିଲା ।

କେବଳ ଏତିକି ନୁହେଁ ନାବାଳିକାଙ୍କର ପେଟରୁ କେଶ ସହ ଖାଲି ସାମ୍ପୁ ପାଉଚ୍ ମଧ୍ୟ ବାହାରିଥିଲା । ଡାକ୍ତରଙ୍କ ସୂଚନା ଅନୁସାରେ ନାବାଳିକାଙ୍କର କୌଣସି ନିକଟ ସଂପର୍କୀୟଙ୍କ ମୃତ୍ୟୁ ହୋଇଯାଇଥିଲା । ଯାହା ଫଳରେ ନାବାଳିକା ଜଣଙ୍କ ଅବସାଦଗ୍ରସ୍ତ ହୋଇଯାଇଥିଲେ । ଫଳରେ ସେ କେଶ ଏବଂ ଖାଲି ସାମ୍ପୁ ପାଉଚ୍ ଖାଇବାକୁ ଲାଗିଥିଲେ । ଯାହା ଫଳରେ ତାଙ୍କ ପେଟରେ ତାହା ଜମା ହୋଇଯାଇଥିଲା । ଅପରେସନ ପରେ ନାବାଳିକା ଜଣଙ୍କ ଧିରେ ଧିରେ ସୁସ୍ଥ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.