ସୋର ୬।୩: ନିଆଁରେ ପୋଡି ହୋଇ ମହିଳାଙ୍କ ମୁତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘରଠାରୁ ଶହେ ମିଟର ଦୂରରେ ପଡିଛି ମହିଳାଙ୍କ ମୃତଦେହ । ବାଲେଶ୍ବର ଜିଲ୍ଲା ପାଖର ପଞ୍ଚାୟତ କଳମଙ୍ଗା ଗାଁରେ ଘଟିଛି ଏଭଳି ଘଟଣା ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ପାଖର ପଞ୍ଚାୟତ କଳମଙ୍ଗା ଗାଁର ନରେନ୍ଦ୍ର ସାହୁଙ୍କ ସ୍ତ୍ରୀ ହେମଲତା ଶୁକ୍ରବାର ରାତିରେ ଘରଠାରୁ ଶହେ ମିଟର ଦୂରରେ ଥିବା କୁକୁଡା ଫାର୍ମରେ ଶୋଇଥିଲେ । ତେବେ ତାଙ୍କ ମୃତଦେହ ସେହି କୁକୁଡ଼ା ଫାର୍ମ ପଛ ପଟେ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହ ଦେଖି ଘର ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ହେମଲତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ମହିଳାଙ୍କ ଶବ ନିକଟରେ ଅନ୍ତଃବସ୍ତ୍ର ଏବଂ ଜୋତା ପଡିଛି । ମହିଳାଙ୍କ ସହିତ କୁକୁଡ଼ା ଫାର୍ମରେ ସାନ ପୁଅ ଶୋଇଥିଲେ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।