ଭୁବନେଶ୍ୱର : ସରକାରୀ ଫ୍ଲାଟ୍ ରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
26/08/2018 at 12:47 AM

ଭୁବନେଶ୍ୱର ୨୬/୮ : ଭୁବନେଶ୍ୱର ୟୁନିଟ ୯ ସରକାରୀ ଫ୍ଲାଟ୍ ରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ରେଖା ପାତ୍ର । ମହିଳାଙ୍କ ମୃତଦେହକୁ ସହିଦନଗର ଥାନା ପୋଲିସ ଉଦ୍ଧାର କରିଛି । ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । କେଉଁ ପରିସ୍ଥିତିରେ ଏଭଳି ଏଭଳି ଘଟଣା ଘଟିଲା ଏବଂ ଏହା ପଛରେ କି ରହସ୍ୟ ରହିଛି ସେ ନେଇ ଖୋଳତାଡ କରୁଛି ପୋଲିସ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନ ତନ ଯାଞ୍ଚ କରୁଛି । ମୃତଦେହ ନିକଟରୁ ଏକ କିରୋସିନି ଜାର୍ ମଧ୍ୟ ଜବତ ହୋଇଛି ।