ରାଜଧାନୀର ଏକ ଘରୁ ମିଳିଲା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ, ଆତ୍ମହତ୍ୟା ସନ୍ଦେହ
18/08/2022 at 4:47 PM

ଭୁବନେଶ୍ୱର, ୮/୦୮: ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ । ମହିଳା ଜଣଙ୍କ ୫୨ ବର୍ଷୀୟ ମିନୁଶ୍ରୀ ପ୍ରହରାଜ ବୋଲି ଜଣାପଡ଼ିଛି । ଏପରି ଏକ ଅଭାବନୀୟ ଘଟଣା ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗର ଅଞ୍ଚଳ ପ୍ଲଟ୍ ନମ୍ବର ୨୪ ରେ ଘଟିଛି । ଶେଷଥର ପାଇଁ ସ୍ତ୍ରୀଙ୍କୁ ଗତକାଲି ରାତି ୯ଟା ୩୦ରେ ଦେଖିଥିବା ସ୍ୱାମୀ ବିଷ୍ଣୁ ମୋହନ ପ୍ରହରାଜ କହିଛନ୍ତି I
ତେବେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଛି । ଗତ କିଛି ବର୍ଷ ହେବ ମହିଳଙ୍କର ମାନସିକ ସ୍ଥିତି ଭଲ ନଥିଲା । ତେଣୁ ସେ ସାଇକୋ ମେଡ଼ିସିନ୍ ଖାଉଥିବାରୁ ତାଙ୍କର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ପରିବାର ଲୋକେ ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023