ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ, ଦୁଇ ଦିନରେ ଆଖିବୁଜିଲେଣି ୨ ଜନ୍ତୁ

Published By : Prameya-News7 Bureau | December 07, 2023 IST

ବାରଙ୍ଗ ୦୭/୧୨: ପ୍ରାଣୀ ଉଦ୍ୟାନରେ ଅଘଟଣ । ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ । ଦୁଇଦିନରେ ମଲେଣି ଦୁଇଟି ଆନାକୋଣ୍ଡା । ଦୁଇ ଆନାକୋଣ୍ଡାର ଅକାଳ ମୃତ୍ୟୁ ପରେ ଚିନ୍ତାରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । କହିବାକୁ ଗଲେ ଦୁଇ ଦିନରେ ଗଲେଣି ଦୁଇ ଆନାକୋଣ୍ଡା ।

ସୂଚନା ଥାଉକି, ବୁଧବାର ବି ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା । ଥଣ୍ଡା ସହ ରକ୍ତଝାଡା ହେବାରୁ ଗତକାଲି ଅକାଳ ମୃତ୍ୟୁ ହୋଇଥିଲା । ଜନ୍ତୁ ବିଭାଗର ରକ୍ଷଣାବେକ୍ଷଣରେ ତ୍ରୁଟି ସନ୍ଦେହ କରି ଅକାଳ ମୃତ୍ୟୁ ହୋଇଥିବା ସନ୍ଦେହ । କହିବାକୁ ଗଲେ, ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଦୀର୍ଘ ଦୁଇ ମାସ ଧରି ଚିକିତ୍ସାଧୀନ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା ।

୨୦୧୯ ମସିହାରେ ଆସିଥିବା ଏହି ଆନାକୋଣ୍ଡାର ବୟସ ପାଖାପାଖି ୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସାମାନ୍ୟ ଭାବେ ଆନାକୋଣ୍ଡା ପ୍ରଜାତି ୧୨ରୁ ୧୫ବର୍ଷ ବଞ୍ଚିଥିବା ବେଳେ ମାତ୍ର ୨ ବର୍ଷରେ ସାପଟିର ମୃତ୍ୟୁ ହୋଇଥିବାରୁ ଜନ୍ତୁ ବିଭାଗର ରକ୍ଷଣାବେକ୍ଷଣରେ ତ୍ରୁଟି ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.