ଆହୁରି ଶକ୍ତିଶାଳୀ ହେବ ବାୟୁସେନା ! ୨୪୦ଟି ଜେଟ୍ ଇଞ୍ଜିନ ତିଆରି କରିବ HAL

Published By : Prameya-News7 Bureau | September 09, 2024 IST

HT

ନୂଆଦିଲ୍ଲୀ: ୨୬ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ବାୟୁସେନା ଲାଗି ୨୪୦ଟି ଜେଟ୍ ଇଞ୍ଜିନ ତିଆରି କରିବ HAL। ଏହି ପ୍ରସ୍ତାବକୁ କ୍ୟାବିନେଟ କମିଟି ଅନୁମୋଦନ କରିଛି। ଏନେଇ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ବିବୃତ୍ତିରେ କୁହାଯାଇଛି ଯେ ଏହି ଏରୋ-ଇଞ୍ଜିନ୍ ଯୋଗାଣ ଏକ ବର୍ଷ ପରେ ଆରମ୍ଭ ହେବ ଏବଂ ଆଠ ବର୍ଷ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ।

ସୁଖୋଇ-30 MKI ହେଉଛି ଭାରତୀୟ ବାୟୁସେନାର ସବୁଠାରୁ ଶକ୍ତିଶାଳୀ ଏବଂ ଯୁଦ୍ଧ ବିମାନ ମଧ୍ୟରୁ ଅନ୍ୟତମ। ଆଜି (ସୋମବାର) ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ବିଆର ଚୌଧୁରୀଙ୍କ ଉପସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଏଚଏଏଲ୍ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ହାଲ୍‌ର କୋରାପୁଟ ଡିଭିଜନ ଦ୍ୱାରା ନିର୍ମିତ ହେବ ନୂଆ ଏରୋ ଇଞ୍ଜିନ୍‌।

ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ ଅଧିକ ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ । ୯ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଶ୍ରୀ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧୁରୀଙ୍କ ଉପସ୍ଥିତିରେ ମନ୍ତ୍ରଣାଳୟ ଏବଂ ହାଲ୍ ର ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।

ଉତ୍ପାଦନ ସମୟରେ ଏମଏସଏମଇ ଏବଂ ସରକାରୀ ଓ ବେସରକାରୀ ଉଦ୍ୟୋଗଗୁଡ଼ିକୁ ସାମିଲ କରି ଦେଶର ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମର ସହାୟତା ନେବାକୁ ହାଲ୍ ଯୋଜନା କରିଛି। ହସ୍ତାନ୍ତର କାର୍ଯ୍ୟକ୍ରମ ଶେଷ ସୁଦ୍ଧା ହାଲ୍ ୫୪% ରୁ ଅଧିକ ହାରାହାରି ଲକ୍ଷ୍ୟ ହାସଲ କରିବା ଲାଗି ସ୍ୱଦେଶୀକରଣ ପରିମାଣକୁ ୬୩% ପର୍ଯ୍ୟନ୍ତ ବୃଦ୍ଧି କରିବ। ଏହା ଏରୋ-ଇଞ୍ଜିନର ମରାମତି ଏବଂ ଓଭରହୋଲ କାର୍ଯ୍ୟରେ ସ୍ୱଦେଶୀ ଉପାଦାନକୁ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.