ପ୍ରଶିକ୍ଷଣ ବିମାନରୁ ହନୁମାନଙ୍କ ଚିତ୍ର ହଟାଇଲା HAL, ଏରୋ ସୋ ସମୟରେ ହୋଇଥିଲା ପ୍ରଦର୍ଶିତ

Published By : Prameya-News7 Bureau | February 14, 2023 IST

ନୂଆଦିଲ୍ଲୀ, ୧୪/୦୨: ବେଙ୍ଗାଲୁରୁରେ ଜାରି ରହିଛି ୫ ଦିନିଆ ଏରୋ ଇଣ୍ଡିଆ ସୋ। ଏହି ସୋରେ ବାୟୁ​‌ସେନାର ବିଭିନ୍ନ ଫାଇଟର ବିମାନ ସେମାନଙ୍କର ଦମ୍‌ ଦେଖାଉଛନ୍ତି। ତେବେ ସୋମବାର ଏହି ଏରୋ ସୋରେ ରେ HAL ର HLFT42 ନାମକ ଏକ ପ୍ରଶିକ୍ଷଣ ବିମାନ ପ୍ରଦର୍ଶତ କରାଯାଇଥିଲା। ଯାହାକି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। କାରଣ ଏହି ବିମାନରେ ଭଗବାନ ହନୁମାନଙ୍କ ଏକ ଫଟୋ ରହିଥିଲା। କିନ୍ତୁ ଏବେ HAL ଏହି ବିମାନରୁ ହନୁମାନଙ୍କ ଫଟୋ ହଟାଇନେଇଛି। ହାଲ ଦ୍ବାରା ତିଆରି ହୋଇଥିବା ଏହି ଫାଇଟର ଜେଟ୍‌ ବିମାନ ହେଉଛି ଏକ ଦ୍ବି ଇଞ୍ଜିନ୍‌ ବିଶିଷ୍ଟ ପ୍ରିଶକ୍ଷଣ ବିମାନ।

ପ୍ରକୃତରେ ନିକଟରେ ବିକଶିତ ହୋଇଥିବା ଏହି ସୁପରସୋନିକ୍ ପ୍ରଶିକ୍ଷଣ ବିମାନରେ ହନୁମାନଙ୍କ ଫଟୋ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା। ଏଥିରେ ଲେଖଥିଲା ଝଡ଼ ଆସୁଛି। ତେବେ ଏହାକୁ ନେଇ HAL କହିଛି ଏହା ଠିକ୍ ଲାଗୁନଥିଲା ଏଥିପାଇଁ ଏହାକୁ ହଟାଯାଇଛି।

ସୋମବାର HLFT42 ର ଗ୍ରୁପ୍ କ୍ୟାପ୍ଟେନ ଏଚ ବି ଠାକୁର କହିଥିଲେ ଯେ ଏହା ଭାରତୀୟ ସେନା ପାଇଁ ବେଶ୍ ସହାୟକ ହେବ । ସେ କହିଥିଲେ ଆଜି ନୂଆ ବିମାନରେ ହନୁମାନଙ୍କ ଶକ୍ତି ଦରକାର। ଏହି ବିମାନ ହନୁମାନଙ୍କ ଭଳି ଦ୍ରୁତ ଗତିରେ ଉଡ଼ିଥାଏ। HAL ପୂର୍ବରୁ ଏକ ଡିଜାଇନ୍‌ କରିଥିଲା, ଯାହା ବେଶ୍‌ ସଫଳ ହୋଇଥିଲା। ଏହାର ନାମ ମାରୁତ ଥିଲା। ଏମିତିରେ ଏହି ନୂଆ ବିମାନ ଏହାର ଉତ୍ତରାଧିକାରୀ ଭାବରେ ଆଗକୁ ବଢ଼ୁଛି। ଏଥିପାଇଁ ଏହାକୁ ପବନ ପୁତ୍ର କହିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.