ଶିକ୍ଷା ନାହିଁ କି ଯୋଗ୍ୟତା ନାହିଁ, ଏବେ ହେଲେ ଆଫଗାନୀ ବ୍ୟାଙ୍କଗୁଡିକର ମୁଖିଆ, ଜାଣନ୍ତୁ ସେ କିଏ ?

Published By : Prameya-News7 Bureau | August 24, 2021 IST

ନୂଆଦିଲ୍ଲୀ ୨୪।୦୬: ଆଫଗାନିସ୍ତାନରେ ସରକାର ଗଢିବାକୁ ସଜବାଜ ହେଉଛି ତାଲିବାନ। ଦେଶର ନୀତିକୁ ଧୀରେ ଧୀରେ ତାଲିବାନ ବଦଳାଇବାରେ ଲାଗିଛି । ଏହିକ୍ରମରେ ସୋମବାର ଦିନ ତାଲିବାନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ।  ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କର ଜଣେ ନୂଆ କାର୍ଯ୍ୟକାରୀ ଗଭର୍ଣ୍ଣର ଭାବେ ନିଯୁକ୍ତି କରିଛି ତାଲିବାନ । ହାଜି ମହମ୍ମଦ ହଦରୀସଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।  ଆର୍ଥିକ ସଂକଟ ଦେଇ ଗତି କରୁଥିବା ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ସମସ୍ତ କାର୍ଯ୍ୟକୁ ତଦାରଖ କରିବେ ହଦରୀସ ।

ତେବେ ତାଲିବାନ ସଂଗଠନ ଯେଉଁ ହାଜୀ ମହମ୍ମଦ ହଦରୀସଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ଦାୟିତ୍ୱ ଦେଇଛି । ସେ ବହୁ ସମୟ ଧରି ତାଲିବାନୀ ନେତା ଥିବା ମୁଲ୍ଲା ଅଖତର ମଂସୁରର ଆର୍ଥିକ ଗତିବିଧି କାର୍ଯ୍ୟକୁ ଦେଖାଶୁଣା କରୁଥିଲା । ୨୦୧୬ରେ ଅଖତାର ମଂସୁର ଏୟାରଷ୍ଟ୍ରାଇକ୍‌ରେ ନିହତ ହୋଇଥିଲା ।

ମହମ୍ମଦ ଇଦରୀସ୍‌ ନିକଟରେ କୌଣସି ଇଚଶିକ୍ଷା ଅଛି ନା କୌଣସି ଅର୍ଥନୈତିକ କାର୍ଯ୍ୟ ନେଇ କୌଣସି ଅଭିଜ୍ଞତା ଅଛି । ଦୀର୍ଘ ସମୟ ଧରି ତାଲିବାନର ଆର୍ଥିକ କାରବାରକୁ ବୁଝାସୁଝା କରୁଥିଲେ । ଏହାକୁ ଲକ୍ଷ୍ୟ କରି ତାଲିବାନ ତାଙ୍କ ଉପରେ ଏହି ଭରସା କରିଛି । ମହମ୍ମଦ ଇଦରୀସ ପାଠ ପଢିନାହିଁ ଅବଶ୍ୟ କିନ୍ତୁ ତାଙ୍କ ନିକଟରେ କାମ କରିବାର ସାମର୍ଥ ଅଛି ବୋଲି ତାଲିବାନୀ ସଂଗଠନ କହିଛି । ସେଥିଲାଗି ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନରେ ତାଲିବାନ କବ୍‌ଜା କରିଛି । ତାଲିବାନକୁ ଅନେକ ଦେଶ ଆତଙ୍କୀ ସଂଗଠନ ଭାବେ ମାନୁଛନ୍ତି । ଏହାକୁ ଆଫଗାନିସ୍ତାନକୁ ମିଳିବାକୁ ଥିବା ଆର୍ଥିକ ସହାୟତାକୁ ଅନେକ ଦେଶ ବନ୍ଦ କରିଦେଇଛନ୍ତି । ଏଥିପାଇଁ ତାଲିବାନ ଏବେ ଦେଶ ଚଳାଇବାକୁ ହେଲେ ଅଧିକ ଟଙ୍କାର ଆବଶ୍ୟକ ରହିଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ମହମ୍ମଦ ଇଦରୀସଙ୍କୁ  ଏଭଳି ଦାୟିତ୍ୱ ଦିଆଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.