ହାଜତରେ ଫିନାଇଲ୍ ପିଇଦେଲେ ପୀଡିତ, ମିଳୁନଥିଲା ନ୍ୟାୟ

Published By : Prameya-News7 Bureau | October 05, 2021 IST

ସମ୍ବଲପୁର, ୦୫|୧୦:  ଥାନା ଭିତରେ ଫିନାଇଲ୍ ପିଇଲେ ପୀଡ଼ିତ । ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନାରେ ଘଟିଛି ଏପରି ଘଟଣା ।  ପୀଡ଼ିତ ହେଲେ ଗାନ୍ଧିନଗରର ପିଣ୍ଟୁ ନାହାକ ।

ସୂଚନା ଅନୁସାରେ, ପିଣ୍ଟୁଙ୍କୁ କିଛି ଯୁବକ ହୀରାକୁଦ ଅଞ୍ଚଳରେ ଛୁରାମାଡ଼ କରିଥିଲେ । ତାଙ୍କ ଶରୀରରେ ୮ଟି ଷ୍ଟିଚ୍ ହୋଇଥିଲା । ପିଣ୍ଟୁଙ୍କ ପରିବାର ଏନେଇ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ ହୀରାକୁଦ ଥାନା ଅଧିକାରୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା କରିବା ବଦଳରେ, ପିଣ୍ଟୁକୁ ଗୁରୁତର ଅବସ୍ଥାରେ ସୋମବାରଠାରୁ ଥାନା ହାଜତରେ ବସାଇଥିଲେ ।

ଏହାପରେ ହାଜତ ଭିତରେ ଫିନାଇଲ ପିଇ ଦେଇଛନ୍ତି ପୀଡ଼ିତ ପିଣ୍ଟୁ ନାହାକ । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ଫିନାଇଲ ପିଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି ସମ୍ବଲପୁର ଏସ.ପି. ବତୁଲା ଗଙ୍ଗାଧର । ଏନେଇ ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.