ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ହଜ ଯାତ୍ରା ପାଇଁ ଜଣେ ଭାରତୀୟଙ୍କୁ ଖର୍ଚ୍ଚ କରିବାକୁ ହୁଏ କେତେ? ଜାଣନ୍ତୁ ବିସ୍ତୃତ ବିବରଣୀ

28/05/2022 at 2:23 PM

ନୂଆଦିଲ୍ଲୀ ୨୮।୫:  ମୁସଲମାନଙ୍କ ପବିତ୍ର ସହର ମକ୍କାରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମେ। ସାରା ବିଶ୍ୱର ମୁସଲମାନମାନେ ମକ୍କାରେ ଏକାଠି ହୁଅନ୍ତି। ଏଠାରେ ଅନେକ ପ୍ରକାରର ପ୍ରକ୍ରିୟା ହୋଇଥାଏ ଯାହାକୁ ହଜ ବୋଲି କୁହାଯାଏ। ପ୍ରତ୍ୟେକ ମୁସଲମାନର ଜୀବନରେ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥାଏ, ତାହା ହେଉଛି ଅନ୍ତତଃ ଜୀବନକାଳରେ ଥରଟିଏ ହଜ କରିପାରନ୍ତା। ତେବେ କୁହାଯାଏ ଯିଏ ଶରୀରରେ ସକ୍ଷମ ସାଙ୍ଗକୁ ଏ ବାବଦେ ଖର୍ଚ୍ଚ ଲାଗି ମଧ୍ୟ ସକ୍ଷମ କେବଳ ସେ ହିଁ ହଜ କରିପାରିବ।  ଏଣୁ ହଜ ଲାଗି ବ୍ୟକ୍ତି ହେଲଦି ଓ ୱେଲଦି ହେବା ମଧ୍ୟ ଆବଶ୍ୟକ।

କରୋନା ଭାଇରସ ମହାମାରୀ ଲାଗି ଗତ ୨ ବର୍ଷ ହେଲା ହଜ ଯାତ୍ରା ବନ୍ଦ ରହିବା ପରେ ଚଳିତବର୍ଷ ପୁଣି ପୂର୍ଣ୍ଣ କ୍ଷମତାରେ ଆରମ୍ଭ ହୋଇଛି। ଏଥିଲାଗି ଭାରତୀୟମାନେ ଏବେ ଆବେଦନ କରୁଛନ୍ତି। ତେବେ ଚଳିତବର୍ଷ ହେବାକୁ ଯାଉଥିବା ହଜ୍ ପଛ ଥର ହୋଇଥିବା ହଜ୍ ତୁଳନାରେ ଅଧିକ ମହଙ୍ଗା ହେବାକୁ ଯାଉଥିବା ଜଣାପଡିଛି। କାରଣ ସାଉଦୀ ଆରବ ସରକାର ହଜ ଯାତ୍ରା ଉପରେ ଲାଗୁ କରୁଥିବା ଟ୍ୟାକ୍ସ ଚଳିତବର୍ଷ ବଢେଇ ଦେଇଛନ୍ତି। ଯାହାର ପ୍ରଭାବ ଚଳିତବର୍ଷ ଭାରତରୁ ଯାତ୍ରା କରୁଥିବା ପ୍ରତି ହଜ ଯାତ୍ରୀଙ୍କ ଉପରେ ପଡିବ। କୁହାଯାଉଛି ୨୦୧୯ ବର୍ଷ ତୁଳନାରେ ଚଳିତବର୍ଷ ହଜ୍ ଖର୍ଚ୍ଚ ୨ ଗୁଣା ଅଧିକ ହୋଇଯାଇଛି।

କରୋନା ଯୋଗୁ ଲୋକେ ୨୦୨୦ ଓ ୨୦୨୧ ମସିହା ଦୁଇ ବର୍ଷ ଧରି ଭାରତରୁ ହଜ ଯାତ୍ରା କରି ପାରିନଥିଲେ। ଏଥିରେ ଚଳିତବର୍ଷ ହଜ ଟ୍ୟାକ୍ସ ବଢିଯିବା ଯୋଗୁ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ବୋଲି କୁହାଯାଉଛି। ତଥାପି ଚଳିତବର୍ଷ ଅନେକ ଲୋକେ ହଜ ଯାତ୍ରାରେ ଯିବେ ବୋଲି ଆଶା କରାଯାଉଛି।  ୨୦୧୯ ବର୍ଷର ଖର୍ଚ୍ଚକୁ ହିସାବ କଲେ ସେତେବେଳେ ପ୍ରତି ଯାତ୍ରୀ ପିଛା ୨ ଲକ୍ଷ ୩୬ ହଜାର ଖର୍ଚ୍ଚ ଆସିଯାଉଥିଲା। ହେଲେ ୨୦୨୨ରେ ଖର୍ଚ୍ଚକୁ ହିସାବ କଲେ ପ୍ରତି ଯାତ୍ରୀ ପ୍ରାୟ ୪ ଲକ୍ଷ ଭଳିଆ ଖର୍ଚ୍ଚ ଆସୁଥିବାର ଆକଳନ କରାଯାଉଛି।

ସାଉଦୀ ଆରବ ସରକାର ହଜ ଟ୍ୟାକ୍ସକୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।  ସେହିପରି କରୋନା ସଂକ୍ରମଣର ଆଶଙ୍କା ଥିବାରୁ ପ୍ରତି କୋଠରୀରେ ୨ ଜଣ ଲୋକଙ୍କ ରହିବାର ବ୍ୟବସ୍ଥା ହୋଇପାରୁଛି। ଏଥିରେ ହଜ ଭିଜା ଶୁଳ୍କ ଓ ସ୍ୱାସ୍ଥ୍ୟ ବୀମା ଶୁଳ୍କ ମଧ୍ୟ ବୃଦ୍ଧି କରିଦିଆଯାଇଛି। ଏହା ବାଦେ କୁର୍ବାନୀ ଲାଗି ଅଲଗା ୧୬ ହଜାର ୭୪୭ ଟଙ୍କାର ଖର୍ଚ୍ଚ ମଧ୍ୟ ଯାତ୍ରୀଙ୍କୁ ବହନ କରିବାକୁ ପଡିବ। ଏଥିରେ ଭାରତର ଅଲଗା ଅଲଗା ସହରରୁ ହଜ ପାଇଁ ଯାଉଥିବା ଯାତ୍ରୀଙ୍କ ଖର୍ଚ୍ଚ ମଧ୍ୟ ଭିନ୍ନ ଭିନ୍ନ। ଏ ବାବଦେ ଇଣ୍ଡିଆ ହଜ କମିଟି ଫି ମଧ୍ୟ ନିର୍ଦ୍ଧାରଣ କରିଦେଇଛନ୍ତି।

ହଜ କମିଟିଙ୍କ ଅନୁସାରେ ଦିଲ୍ଲୀରୁ ଯାଉଥିବା ଯାତ୍ରୀଙ୍କ ଲାଗି ୩ ଲକ୍ଷ ୮୮ ହଜାର ଟଙ୍କା ଖର୍ଚ୍ଚ ଧାର୍ଯ୍ୟ ହୋଇଥିବା ବେଳେ ଲକ୍ଷ୍ନୌରୁ ଯାଉଥିଲେ ୩ଲକ୍ଷ ୯୦ ହଜାର ଓ ମୁମ୍ବାଇରୁ ଯାଉଥିଲେ ୩ ଲକ୍ଷ ୭୬ ହଜାର ଟଙ୍କା ଖର୍ଚ୍ଚ ପଡୁଛି। କୋଲକାତାରୁ ଯାଉଥିବା ପ୍ରତି ହଜ ଯାତ୍ରୀ ପିଛା ଖର୍ଚ୍ଚ ଚଳିତବର୍ଷ ପାଖାପାଖି ୪ ଲକ୍ଷ ୧୪ ହଜାର ୨୦୦ ଟଙ୍କା ଆସି ଯାଉଛି। ହାଇଦ୍ରାବାଦରୁ ଯାଉଥିଲେ ୩ଲକ୍ଷ ୮୯ ହଜାର ୪୫୦ ଟଙ୍କା ଖର୍ଚ୍ଚ ପଡୁଛି।  

   Related Posts