୧୧ କେ.ଭି. ବିଦ୍ୟୁତ୍ ତାର ଲାଗି ଜଳିଗଲେ ହାଇଓ୍ବା ଡ୍ରାଇଭର
15/02/2020 at 11:00 AM

ମହାକାଳପଡା ୧୫।୨: ପୁଣି ବିଦ୍ୟୁତ୍ ତାର ନେଲା ଜୀବନ । ୧୧ କେ.ଭି. ବିଦ୍ୟୁତ୍ ତାର ଲାଗି ଜଳିଗଲେ ହାଇଓ୍ବା ଡ୍ରାଇଭର । କେନ୍ଦ୍ରାପଡା ଜିଲ୍ଲା ମହକାଳପଡା ତରପଦ ଗାଁରେ ଏଭଳି ଅଘଟଣ ଘଟିଛି । ମୃତ ଡ୍ରାଇଭର ବରଜ ଗାଁର ପ୍ରଭାତ ସେଠୀ ।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ଏକ ବାଲି ବୋଝେଇ ହାଇଓ୍ବା ଗାଁକୁ ଆସିଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ଲାଗିଯାଇଥିଲା । ଫଳରେ ଡ୍ରାଇଭର ତାର ଖୋଲିବାକୁ ଯାଇଥିଲେ । ତେବେ ବିଦ୍ୟୁତ୍ ତାର ଲାଗି ଡ୍ରାଇଭର ଜଳିଯାଇଥିଲେ । ଗାଁଲୋକ ବିଦ୍ୟୁତ୍ କାଟ୍ କରିବା ପରେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ପ୍ରଥମେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ କେନ୍ଦ୍ରାପଡା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Related Posts
୫୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳାଙ୍କ ସମେତ ୪ ଗିରଫ
8 February 2023
ମିଳୁନି ଜମାରାଶି, ଫେରସ୍ତ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗଣସତ୍ୟାଗ୍ରହ
8 February 2023
ଗେଲପୁର ଛକରେ ଦୁର୍ଘଟଣା, ହାଇଓ୍ୱା ଧକ୍କାରେ ଚାଲିଗଲା ଜୀବନ
8 February 2023