Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୨ ଯୁବକ, ଜଣେ ଉଦ୍ଧାର, ଅନ୍ୟଜଣେ ନିଖୋଜ
  • ||
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବେଆଇନ ବାଲି କୁଆଁରିରୁ ହାଇଓ୍ବା ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ,ଡାକ୍ତରଖାନାରେ ମୃତ୍ୟୁ : ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ

22/07/2019 at 3:37 PM

ବଲାଙ୍ଗୀର  ୨୨/୭: ହାଇଓ୍ବା ଡ୍ରାଇଭରଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୁକାପଡାଠାରେ ଥିବା ଫୁଲକି ପାଲି ନଦି ବାଲି କୁଆଁରିଠାରେ। ଗତ କାଲି ରାତିରେ ହାଇଓ୍ବା ଗାଡି ନେଇ ବାଲି ଆଣିବାକୁ ଯାଇଥିଲେ ଡ୍ରାଇଭର ହେଲେ ଆଜି ସକାଳୁ ବଲାଙ୍ଗୀର ମେଡିକାଲରେ ହୋଇଛି ମୃତ୍ୟୁ। ସେପଟେ ବାଲି କୁଆଁରି ସମ୍ପୁର୍ଣ୍ଣ ଭାବରେ ବେଆଇନ ଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ନେଇ ଉଠିଛି ପ୍ରଶ୍ନ। ପରିବାର ଲୋକ ଏହାକୁ ହତ୍ୟା ଅଭିଯୋଗ କରୁଥିବା ବେଳେ ଏହା ଏକ ଦୁର୍ଘଟଣା ବୋଲି ଥାନାରେ ରିପୋର୍ଟ ଦେଇଛି ଗାଡି ମାଲିକ। ଏନେଇ ପୋଲିସ ଏକ ମାମଲା ରୂଜୂ କରି ଆରମ୍ଭ କରିଛି ତଦନ୍ତ।

କ୍ଷତ ବିକ୍ଷତ ହୋଇ ପଡିଛି ମୃତ ଦେହ। ଗୋଡରେ ମାଡ ହୋଇଥିବା ସହ ମୁଣ୍ଡରେ ପଛପଟେ ହୋଇଛି ମାଡ। ଦେହରେ ଲାଗିଛି ବାଲି। ଏ ହେଉଛନ୍ତି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଗେଡାବାଞ୍ଜି ଗାଁର ଯୁବରାଜ ଧରୁଆ । ବଲାଙ୍ଗୀର ଏକ ଘରୋଇ ହାଇଓ୍ବା ଗାଡି ଡ୍ରାଇଭର ଭାବରେ କାମ କରୁଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି। ତେବେ ଗତ କାଲି ରାତି ୧୧ ଟା ସମୟରେ ଗାଡି ନେଇ ଲୁକାପଡା ଠାରେ ଥିବା ଫୁଲକି ପାଲି ବାଲି କୁଆଁରି ବାଲି ଆଣିବା ପାଇଁ ଯାଇଥିଲେ। ସେଠାରେ ରାତିରେ ଶୋଇ ସକାଳୁ ବାଲି ଆଣିକି ଆସିବା କଥା ହେଲେ ସକାଳୁ ତାଙ୍କୁ ଗୁରୁତର ଅବସ୍ଥାରେ ଆଉ ଜଣେ ଗାଡି ଡ୍ରାଇଭର ଓ ହେଲପର ଉଦ୍ଧାର କରି ଆଣିଥିଲେ ବଲାଙ୍ଗୀର ମେଡିକାଲକୁ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ଗୋଡରେ ଓ ମୁଣ୍ଡରେ ଆଘାତ ଥିବା ବେଳେ ବାଲିରେ ତାଙ୍କ ଶରୀର ଜୁଡୁବୁଡୁ ହୋଇଥିଲା। ତେବେ ଗାଡି ମାଲିକ ବଲାଙ୍ଗୀର ପୁଇଁନ୍ତଳା ଥାନାରେ ଏକ ଅଜଣା ଗାଡି ଧକ୍କା ଦେଇଥିବା ଏତଲା ଦେଇଥିବା ବେଳେ ପରିବାର ପକ୍ଷରୁ ଏହା ହତ୍ୟା ବୋଲି ଅଭିଯୋଗ କରାଯାଇଛି।

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ନଦିରେ ବେଆଇନ ଭାବରେ ବାଲି ଚୋରାଚାଲାଣ ହେଉଥିବା ବେଳେ ଏଠାରେ ମଧ୍ୟ ଚାଲିଥିଲା ବେଆଇନ ବାଲି ଚୋରା ଚାଲାଣ। ଏ ହେଉଛି ସେହି ନଦିର ଦୃଶ୍ୟ ଯେଉଁଠାରେ ବାଲି ଚୋରାଚାଲାଣ ଚାଲିଥିବା ବେଳେ ଏଭଳି ଏକ ଘଟଣା ଘଟିଛି। ତେବେ କାହିଁକି ଗାଡି ଡ୍ରାଇଭରର ମୃତ୍ୟୁ ହୋଇଛି? ଗାଡି ମାଲିକ ଜାଣି ଶୁଣି କାହିଁକି ଚୋରାବାଲି ଆଣିବାକୁ ସେଠାକୁ ପଠାଇଥିଲେ? ଏହାକୁ ପୋଲିସ ଦୁର୍ଘଟଣା କହୁଥିବା ବେଳେ କେବଳ ମୁଣ୍ଡରେ ଓ ଗୋଡରେ କିଭଳି ଭାବରେ ଗାଡି ଚାଲିଲା ଓ ଅନ୍ୟ କେଉଁ ସ୍ଥାନରେ କିଛି କ୍ଷତ ନହେଲା ? ଏହା ଏକ ସୁକଳ୍ପିତ ହତ୍ୟା କାଣ୍ଡ ନୂହେଁ ତ! ଏଭଳି ଗୁଡାଏ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହାକୁ ନେଇ ପୋଲିସ ଆରମ୍ଭ କରିଛି ତଦନ୍ତ। ସେପଟେ ଏନେଇ ମୃତ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ପରିବାର ପକ୍ଷରୁ କ୍ଷତିପୁରଣ ସହ ତଦନ୍ତ ଠିକ ଭାବରେ କରିବା ପାଇଁ କରିଛନ୍ତି ଦାବି।

   Related Posts