ହେୟାର ଷ୍ଟାଇଲିଷ୍ଟଙ୍କ ବିଶ୍ୱ ରେକର୍ଡ, କ୍ରିସ୍‌ମାସ ଟ୍ରି ଭଳି ୯ ଫୁଟ ଉଚ୍ଚତାର କରିଛନ୍ତି ହେୟାର ଷ୍ଟାଇଲ

Published By : Prameya-News7 Bureau | December 20, 2022 IST

ଦୁବାଇ ୨୦।୧୨: ଯେଉଁ ହେୟାରଷ୍ଟାଇଲ କରି ଦାନୀ ହିସୱାନୀ ୱାର୍ଲଡ ରେକର୍ଡରେ ନିଜ ନାମ ଲେଖାଇଛନ୍ତି ସେହି ଷ୍ଟାଇଲକୁ ନେଇ ସେ ସୋସିଆଲ ମିଡିଆରେ ଢେର ଟ୍ରୋଲ ମଧ୍ୟ ହେଉଛନ୍ତି।ସିରିୟ ହେୟାର ଷ୍ଟାଇଲିଷ୍ଟ ଦାନି ହିସୱାନୀ ଦୁନିଆର ସବୁଠୁ ଉଚ୍ଚ ଚୋଟି ଅର୍ଥାତ ୯ ଫୁଟ ଉଚ୍ଚର ହେୟାର ଷ୍ଟାଇଲ ଲାଗି ଚୁଟି ସମେତ ଢେର ସାମଗ୍ରୀର ଉପଯୋଗ କରିଛନ୍ତି। ଯାହା ଦେଖିବାକୁ ଠିକ୍ ଏକ କ୍ରିସ୍‌ମାସ ଟ୍ରି ଭଳି ହୋଇଛି।

wp:html /wp:html

ଗିନିଜ ୱାର୍ଲଡ ରେକର୍ଡ ମାଧ୍ୟମରେ ସେୟାର କରାଯାଇଥିବା ଭିଡିଓରେ ହେୟାର ଷ୍ଟାଇଲିଷ୍ଟ ଚୁଟିକୁ ଷ୍ଟାଇଲ କରିବାକୁ ଯାଇ ସେ ମହିଳାଙ୍କୁ ପ୍ରଥମେ ହେଲମେଟ୍ ପିନ୍ଧାଉଛନ୍ତି। ଯାହା ମାଧ୍ୟମରେ ଚୁଟିର ଷ୍ଟାଇଲକୁ ମୁଣ୍ଡ ଉପରେ ସେ ସ୍ଥିର କରିପାରୁଛନ୍ତି। ହେଲମେଟ୍‌ରେଥିବା ୩ଟି ଧାତବ ଦଣ୍ଡ ଯୋଗୁ ଚୁଟି ଷ୍ଟାଇଲ କରିବାରେ ଦାନି ହିସୱାନୀ ସଫଳ ହେବା ସହ ଗିନିଜ୍ ବୁକ୍ ଅଫ ୱାର୍ଲଡ ରେକର୍ଡ ନିଜ ନାମରେ ନାମିତ କରିପାରିଛନ୍ତି।

wp:html /wp:html

ଏ ପର୍ଯ୍ୟନ୍ତ ଆପଣ ଅନେକ ୱାର୍ଲ୍ଡ ରେକର୍ଡ ଦେଖିଥିବା ଓ ଶୁଣିଥିବେ। ତେବେ ଦାନି ହିସୱାନୀଙ୍କ ୱାର୍ଲଡ ରେକର୍ଡ ସବୁଠୁ ବିରଳ। ଦାନି ହିସୱାନୀ ମହିଳାଙ୍କ ମସ୍ତକରେ ୯ ଫୁଟ ଉଚ୍ଚର ହେୟାର ଷ୍ଟାଇଲ କରି ଏହି ବିରଳ କିର୍ତ୍ତିମାନ ରଚିଛନ୍ତି। ଏହି ଅନନ୍ୟ ହେୟାର ଷ୍ଟାଇଲ ଦେଖିବା ଲୋକଙ୍କୁ ଆଚମ୍ବିତ କରିଛି। ଦୁବାଇରେ ରହୁଥିବା ସିରିୟ ହେୟାର ଷ୍ଟାଇଲିଷ୍ଟ ଏହି ବିରଳ ରେକର୍ଡ ସ୍ଥାପନା ନିମନ୍ତେ ତାଙ୍କ ୭ ବର୍ଷର କ୍ୟାରିୟର ଅନୁଭବକୁ ଏଥିରେ ଉପଯୋଗ କରିଛନ୍ତି। ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡସ୍‌ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟ ସମେତ ଭିଡିଓ ମାଧ୍ୟମରେ ଏହି ରେକର୍ଡର ତଥ୍ୟ ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.