ହଫିଜ୍ ସୈଦକୁ ଅନ୍ୟ ରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି ଚୀନ୍

Published By : Prameya-News7 Bureau | May 24, 2018 IST

୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହଫିଜ୍ ସୈଦକୁ ଅନ୍ୟ କେଉଁ ରାଷ୍ଟ୍ରକୁ ସ୍ଥାନାନ୍ତର କରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି ଚୀନ୍ । ଆନ୍ତର୍ଜାତୀକ ଚାପ ବଢୁଥିବାରୁ ତାହାକୁ ଏଡାଇବାକୁ କୁଖ୍ୟାତ ଆତଙ୍କୀ ତଥା ଜାମାତ ଉଦ ଦାୱା ମୁଖ୍ୟ ହାଫିଜ୍କୁ ଏକ ନିରାପଦ ସ୍ଥାନକୁ ଖସାଇ ନେବାକୁ ଚୀନ୍ ଏପରି ଚାଲ୍ କରିଛି । ପଶ୍ଚିମ ଏସୀଆର କୌଣସି ରାଷ୍ଟ୍ରକୁ ହଫିଜ୍କୁ ପଠାଇ ଦେବାକୁ ପରାମର୍ଶ ଦେଇଛି ବେଜିଂ । ଦ ହିନ୍ଦୁ ଖବର ଅନୁଯାୟୀ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ୍ ନିଜେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହୀଦ ଖାକାନ ଆବାବସୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ।ଗତମାସରେ ଚୀନ୍ରେ ଅନୁଷ୍ଠିତ ବୋଆଓ ଫୋରମ ବୈଠକ ଅବସରରେ ଆବ୍ବାସୀଙ୍କୁ ଜିନ୍ପିଭ୍ଗ ଏହି ପରାମର୍ଶ ଦେଇଛନ୍ତି । ବୈଠକ ଅବସରରେ ଦୁଇ ନେତା ପ୍ରାୟ ୩୫ ମିନିଟ କଥା ହୋଇଥିଲେ । ସେଥିରୁ ୧୦ ମିନିଟ କେବଳ ହାଫିଜ୍ ପ୍ରସଙ୍ଗ ଥିଲା ।ଭାରତେ ମୋଷ୍ଟ ୱାଣ୍ଟେଡ୍ ହାଫିଜ୍ର ଗିରଫ ଲାଗ ଆନ୍ତର୍ଜାତୀୟ ଚାପ ବଢୁଥିବାରୁ ଚୀନ୍ ଏବେ ଏପରି ରାସ୍ତା ବାଛିଛି । ଜାତିସଂଘରେ ହାଫିଜ୍ ବିରୋଧରେ ପ୍ରସ୍ତାବକୁ ବେଜିଂର ବିରୋଧ ଯୋଗୁଁ କାର୍ଯାନୁଷ୍ଠାନ ହୋଇପାରୁନଥିବା ବେଳେ ଏବେ ଏକ ନୂୂଆ ଚାଲ୍ ଖେଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.