ରାଜଧାନୀରେ କଲବଲ କରୁଛି ତାତି, ଦିନ ୨ଟା ୩୦ ସୁଦ୍ଧା ୩୯ ଟପିଲା ପାରଦ
22/05/2023 at 4:11 PM

ଭୁବନେଶ୍ୱର ୨୨/୦୫: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପାରଦ ଉପର ମୁହାଁ । ଘରୁ ବାହାରିବା ହୋଇପଡୁଛି ମୁସ୍କିଲ୍ । ବାହାରକୁ ବାହାରିଲେ ଲାଗୁଛି ସତେ ଯେମିତି ସୂର୍ଯ୍ୟ କରୁଛନ୍ତି ଅଗ୍ନିବର୍ଷା । ଅସହ୍ୟ ଗରମ ସାଙ୍ଗକୁ ଲୋକଙ୍କୁ କଲବଲ କରୁଛି ଗୁଳୁଗୁଳି । ଏହାରି ଭିତରେ ସକାଳ ସାଢେ ୧୧ଟା ସୁଦ୍ଧା ରାଜଧାନୀର ପାରଦ ଟପିଥିଲା ।
ଏବେ ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ଟପିଛି ୩୯। ତେବେ ସମ୍ୱଲପୁର ଓ ଝାରସୁଗୁଡାରେ ରେକର୍ଡ ସଂଖ୍ୟକ ତାତି ଅନୁଭୂତ ହୋଇଛି । ଅର୍ଥାତ୍ ସମ୍ବଲପୁରର ତାପମାତ୍ରା ୪୨.୬ ଡ଼ିଗ୍ରୀ ଥିବାବେଳେ ଝାରସୁଗୁଡାର ତାପମାତ୍ରା ରହିଛି ୪୨.୪ ଡ଼ିଗ୍ରୀ ।
ସେହିଭଳି ହୀରାକୁଦର ତାପମାତ୍ରା ୪୧.୬ ଡ଼ିଗ୍ରୀ, ଭୁବନେଶ୍ୱର ତାପମାତ୍ରା ୩୯.୨ ଡ଼ିଗ୍ରୀ, ଚାନ୍ଦବାଲିର ପାରଦ ୩୮ ଡ଼ିଗ୍ରୀ ବାଲେଶ୍ୱରର ତାପମାତ୍ରା ୩୭.୮ ଡ଼ିଗ୍ରୀ, କେନ୍ଦୁଝରର ତାପମାତ୍ରା ୩୭ ଡ଼ିଗ୍ରୀ ରହିଛି । ସେହିଭଳି ପୁରୀର ତାପମାତ୍ରା ୩୪.୬ ଡ଼ିଗ୍ରୀ ଥିବାବେଳେ ଗୋପାଳପୁରର ୩୩.୪ ଡ଼ିଗ୍ରୀ ଓ ପାରାଦୀପର ପାରଦ ୩୨.୬ ଡ଼ିଗ୍ରୀ ରେକର୍ଡ ହୋଇଛି ।