କଟକର ଦୁର୍ଦ୍ଦାନ୍ତ ଅପରାଧୀ ହାଡିଆ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | February 24, 2021 IST

ଭୁବନେଶ୍ବର୨୪/୨: କଟକର ବହୁ ଚର୍ଚ୍ଚିତ ହାଡିଆ ହତ୍ୟାକାଣ୍ଡରେ ଅଭିଯୁକ୍ତ ସାନ୍ତନୁ ମଲ୍ଲିକ ଗିରଫ। ମୃତ ସାନ୍ତନୁ ଥିଲେ କଟକର ଦୁର୍ଦ୍ଦାନ୍ତ ଅପରାଧୀ। ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ଏକାଧିକ ଅପରାଧିକ ମାମଲା ମଧ୍ୟ ରହିଛି।

ଗତ ସେପ୍ଟେମ୍ବର ମାସ ୨ ତାରିଖରେ ୨ ଭାଇ ମିଶି ହାଡିଆକୁ ହାଣି ହତ୍ୟା କରିଥିଲେ। ବିଡାନାସୀ ଥାନା ଇପ୍‌ସାର କଲେଜ ଗଡାରେ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ।

ବୁଧବାର ଅଭିଯୁକ୍ତ ଶାନ୍ତନୁକୁ ପୋଲିସ ଗିରଫ କରିଥିବା ବେଳେ ସାନ ଭାଇ ଫେରାର ରହିଛି। ଶାନ୍ତନୁକୁ ଗିରଫ କରି କଟକ ପୋଲିସ ତଦନ୍ତ ଜାରି ରଖିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.