ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

କରିବାର ଥିଲା ବଡ ଘୋଷଣା, ହେଲେ ଏହି ପ୍ରଡକ୍ଟ ଲଞ୍ଚ କଲେ ଧୋନୀ, କହିଲେ- ୨୦୧୧ରେ ବିଶ୍ଵ କପ୍ ଜିତିଥିଲୁ, ଏଥର ବି ଜିତିବୁ

25/09/2022 at 5:41 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଶନିବାର ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ କରି ରବିବାର ବଡ ଘୋଷଣା କରିବେ ବୋଲି ସୂଚନା ଦେଇଥିଲେ। ଏହାପରେ କ୍ରିକେଟ୍ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ଯେ, ଧୋନୀ କଣ ଘୋଷଣା କରିବେ। ନାନା ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଥିଲା। କଣ ଆଇପିଏଲରୁ ସନ୍ନ୍ୟାସ ଘୋଷଣା କରିବେ କି ? ନା ଆଉ କିଛି କରିବେ। ତେବେ ଧୋନୀ ରବିବାର ଏକ ପ୍ରଡକ୍ଟକୁ ଭାରତରେ ଲଞ୍ଚ କରିଛନ୍ତି। ପ୍ରଡକ୍ଟକୁ ଟି-୨୦ ବିଶ୍ଵ କପ୍ ୨୦୨୨ ସହ ଯୋଡିଛନ୍ତି ଧୋନୀ।

ଧୋନୀ ଆଜି ଲାଇଭକୁ ଆସି କହିଛନ୍ତି, ଏହି ପ୍ରଡକ୍ଟ ଏଥର ଆମକୁ କପ୍ ଜିତାଇପାରେ। ଆଉ ଏହି ପ୍ରଡକ୍ଟର ନାମ ହେଉଛି ଓରିଅ ବିସ୍କୁଟ। ୨୦୧୧ରେ ଭାରତୀୟ ଦଳ ବିଶ୍ଵ କପ୍ ଜିତିଥିଲା, ଆଉ ଏହା ପୂର୍ବରୁ ଓରିଅ ବିସ୍କୁଟ ଲଞ୍ଚ୍ ହୋଇଥିଲା। ଧୋନୀ କହିଛନ୍ତି, ମୁଁ ୨୦୧୧କୁ ପୁଣି ଥରେ ଫେରାଇ ଆଣୁଛି। ଇତିହାସ ରଚିବା ଏବଂ ଏହାକୁ ପୁଣି ଥରେ ଦୋହରାଇବା ପାଇଁ ଆପଣ ମଧ୍ୟ ଆଗକୁ ଆସନ୍ତୁ।

ଏମଏସ ଧୋନୀ ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ। ସେ ନିଜର ଶେଷ ଅନ୍ତର୍ଜାତୀୟ ମୁକାବିଲା ୨୦୧୯ ବିଶ୍ଵ କପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ୪୧ ବର୍ଷୀୟ ଧୋନୀ ୩୫୦ ଦିନିକିଆ, ୯୮ଟି ଟି-୨୦ ଅନ୍ତର୍ଜାତୀୟ ଏବଂ ୯୦ଟି ଟେଷ୍ଟ ଖେଳି ୧୭୨୬୬ ରନ କରିଛନ୍ତି। ଏଥିରେ ୧୦୮ ଅର୍ଦ୍ଧଶତକ ଏବଂ ୧୬ ଶତକ ସାମିଲ୍।

ଧୋନୀଙ୍କ ନେତୃତ୍ଵରେ ଭାରତୀୟ ଦଳ ତିନୋଟି ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଥିଲା। ଆଇପିଏଲରେ ସେ ଚାରି ଥର ଚେନ୍ନାଇ ସୁପର କିଙ୍ଗ୍ସକୁ ଚାମ୍ପିଅନ କରାଇଛନ୍ତି। ଧୋନୀ ୨୦୨୩ ଆଇପିଏଲ  ଖେଳିବେ ବୋଲି ନିକଟରେ ସିଏସକେ ପ୍ରବନ୍ଧକ ସ୍ପଷ୍ଟ କରିଥିଲେ।

   Related Posts