କାଲିଠୁ କାର୍ତ୍ତିକ ହବିଷ ବ୍ରତ : ପୁରୀରେ ବ୍ୟାପକ ପ୍ରସ୍ତୁତି

Published By : Prameya-News7 Bureau | October 13, 2019 IST

ପୁରୀ ୧୩/୧୦: ଆଜି କୁମାର ପୁର୍ଣ୍ଣିମା। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ମହାକାର୍ତ୍ତିକ ବ୍ରତ। ଆସନ୍ତାକାଲି ଭୋରରୁ ହବିଷ୍ୟାଳୀ ମାନେ ସଙ୍କଳ୍ପ କରି ଏହା ଆରମ୍ଭ କରୁଥିବାରୁ ଶ୍ରୀକ୍ଷେତ୍ରରେ ଏବେ ପହଞ୍ଚିଛନ୍ତି ହଜାର ହଜାର ହବିଷ୍ୟାଳୀ। ଏପଟେ ହବିଷ୍ୟାଳୀ ଯୋଜନାରେ ରାଜ୍ୟ ସରକାର ପ୍ରାୟ ୩ ହଜାର ହବିଷ୍ୟାଳୀଙ୍କ ବ୍ରତ ପାଳନ ପାଇଁ ୩ ଟି ଅସ୍ଥାୟୀ ଶିବିରରେ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏହି ଯୋଜନାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।

{"id":169564}

ଆଜି କୁମାରପୁର୍ଣ୍ଣିମା। ପରମ୍ପରା ଅନୁଯାୟୀ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ମହାକାର୍ତ୍ତିକ ବ୍ରତ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତି ଆରମ୍ଭ ହୋଇଥିଲେ ମଧ୍ୟ ଆସନ୍ତାକାଲି ଠାରୁ ହବିଷ୍ୟାଳୀ ମାନେ ସଙ୍କଳ୍ପ କରି ରାଧାଦାମୋଦର ପୂଜା ଓ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। ସେଥିପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ହଜାର ହଜାର ସଂଖ୍ୟାରେ ହବିଷ୍ୟାଳୀ ପହଞ୍ଚିବାରେ ଲାଗିଛନ୍ତି। ଶ୍ରୀକ୍ଷେତ୍ରରେ ସମସ୍ତ ମଠବାଡି ଓ ଧର୍ମଶାଳାରେ ଏହି ବ୍ରତ ପାଳନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି। ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କର ପ୍ରତ୍ୟକ ଦିନ ରାଧାଦାମୋଦର ବ୍ରତ ସହ ବାଳଭୋଗର ନୀତି ଆରମ୍ଭ ହୋଇଛି।

{"id":169565}

ଏପଟେ ରାଜ୍ୟରେ ବହୁ ସଂଖ୍ୟାରେ ହବିଷ୍ୟାଳୀଙ୍କ ଆଶା ଓ ଆକାଂକ୍ଷା ପୁରଣ ପାଇଁ ରାଜ୍ୟ ସରକାର ନିଶୁକ୍ଳ ହବିଷ୍ୟାଳୀ ଯୋଜନା ପାଇଁ ମଧ୍ୟ ପ୍ରସ୍ତୁତି ସରିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବେ। ଗତ ୪ ବର୍ଷ ଧରି ଏହି ଯୋଜନାଟି ସଫଳ ଭାବେ ଚାଲୁଥିବା ବେଳେ ଚଳିତବର୍ଷ ପ୍ରାୟ ୩ ହଜାର ହବିଷ୍ୟାଳୀ ଏଥିରେ ସାମିଲ ହେବା ପାଇଁ ପଞ୍ଜିକରଣ କରିଛନ୍ତି। ଏହି ଯୋଜନାରେ ସାମିଲ ଥିବା ସମସ୍ତ ହବିଷ୍ୟାଳୀ ମାନଙ୍କୁ ୩ ଟି ହବିଷ୍ୟାଳୀ ଶିବିରରେ ରଖି ନିଶୁକ୍ଳ ବ୍ରତ ପାଳନ ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପୂଜାନୀତି ସହ ସ୍ବାସ୍ଥ୍ୟସେବା, ଗମନାଗମନ ଓ ସେମାନଙ୍କ ସୁବିଧା ପାଇଁ ସରକାରୀ ଅଧିକାରୀ ଓ ସ୍ବେଛାସେବୀ ମାନଙ୍କୁ ମୁତୟନ କରାଯିବ।

{"id":169566}

ପବିତ୍ର କାର୍ତ୍ତିକ ମାସ ପାଇଁ ଏବେ ପୁରୀରେ ହବିଷ୍ୟାଳୀଙ୍କ ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ଧର୍ମ ମାସରେ ଶ୍ରୀକ୍ଷେତ୍ରରେ ଦର୍ଶନ ଓ ମହାପ୍ରସାଦ ସେବନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଆଗ୍ରହ ପରିଲକ୍ଷିତ ହୋଇଛି।

{"id":169567}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.