WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

NDAରେ ସାମିଲ ହେଲା ଦେବଗୌଡାଙ୍କ JDS, ଅମିତ ଶାହ ଓ ନଡ୍ଡାଙ୍କୁ ଭେଟିଲେ କୁମାର ସ୍ୱାମୀ

22/09/2023 at 6:38 PM

ନୂଆଦିଲ୍ଲୀ ୨୨।୯: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡାଙ୍କ ଜନତାଦଳ(ସିକ୍ୟୁଲାର) ଜେଡିଏସ୍ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଶୁକ୍ରବାର ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଯାଇଛି। ଫଳରେ ଏନଡିଏ ମେଣ୍ଟର ଶକ୍ତି ଆହୁରି ବୃଦ୍ଧି ପାଇଛି। ଏଥି ପାଇଁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି.କୁମାର ସ୍ୱାମୀ ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଭେଟିଛନ୍ତି।

ଏ ନେଇ ନଡ୍ଡା ‘ଏକ୍ସ’ରେ ଛବି ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ‘ଆମର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ.ଡି.କୁମାର ସ୍ୱାମୀ ଭେଟିଛନ୍ତି। ତେବେ ମୋତେ ଏହା ଜାଣି ଖୁସି ଲାଗୁଛି ଜେଡିଏସ୍ ଏନଡିଏ ମେଣ୍ଟର ଅଂଶବିଶେଷ ହେବା ପାଇଁ ନିଷ୍ପତ୍ତି ନେଇଛି। ଆମେ ତାଙ୍କୁ ଏନଡିଏରେ ସ୍ୱାଗତ କରୁଛୁ ’। ଏହି ଅବସରରେ ସେଠାରେ ଉପସ୍ଥିତ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଯେପରି ବିକାଶମୂଳକ କାର୍ଯ୍ୟ କରୁଛନ୍ତି ଏଥିରେ କୌଣସି ପାର୍ଟି ଏନଡିଏରେ ସାମିଲ ହେବାକୁ ଅସ୍ୱୀକାର କରିବେନି।

ତେବେ ଚଳିତମାସ ପ୍ରାରମ୍ଭରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟଦିୟୁରପ୍ପା ବିଜେପି ଜାତୀୟ ନେତା କର୍ଣ୍ଣାଟକରେ ୨୮ ଲୋକସଭା ଆସନ ମଧ୍ୟରୁ ଜେଡିଏସ୍ ସହିତ ୪ଟି ଆସନ ବୁଝାମଣା କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ସେତେବେଳେ ୟଦିୟୁରପ୍ପା କହିଥିଲେ ଯେ ରାଜ୍ୟରେ ବିଜେପି ଓ ଜେଡିଏସ୍ ମେଣ୍ଟ କରିବେ। ଅମିତ ଶାହ ଜେଡିଏସ୍‌କୁ ୪ଟି ଲୋକସଭା ଆସନ ଦେବାକୁ ସହମତ ହୋଇଛନ୍ତି ବୋଲି ସେ କହିଥିଲେ। ଏହା ଦ୍ୱାରା ମେଣ୍ଟକୁ କର୍ଣ୍ଣାଟକରେ ଅଧିକ ମଜଭୁତି ମିଳିବା ସହିତ ୨୮ରୁ ୨୫-୨୬ଟି ଆସନ ମିଳିବା ନିଶ୍ଚିତ ବୋଲି ସେ କହିଥିଲେ।  

ରମେଶ ବିଧୁଡ଼ିଙ୍କୁ ବିଜେପିର କାରଣ ଦର୍ଶାଅ ନୋଟିସ୍‌; ଲୋକସଭାରେ ସାଂସଦଙ୍କ ବିରୋଧରେ କରିଥିଲେ ଆପତ୍ତିଜନକ ଟିପ୍ପଣୀ

   Related Posts