suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

GZRRCକୁ ସୁପ୍ରିମ ଆଶ୍ୱସ୍ତି : ଚିଡିଆଖାନା ସ୍ଥାପନା ବିରୋଧରେ ଦାଖଲ ଜନସ୍ୱାର୍ଥ ମାମଲାକୁ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ

21/08/2022 at 12:53 PM

ନୂଆଦିଲ୍ଲୀ, ୨୧|୦୮: ଗୁଜୁରାଟର ଜାମନଗରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସହଯୋଗରେ ହେବାକୁ ଥିବା ଚିଡିଆଖାନା ପାଇଁ ସମସ୍ତ ପ୍ରତିବନ୍ଧକ ଦୂର ହୋଇଛି । ଚିଡିଆଖାନା ସ୍ଥାପନା ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଆଇଏଲ୍‌ ବା ଜନସ୍ବାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଚ । ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ୍‌ ସେଣ୍ଟର (GZRRC) ସୋସାଇଟି ଦ୍ବାରା ରିଲାଏନ୍ସ ସହଭାଗିତାରେ ଏହି ଚିଡିଆଖାନାର’ କାର୍ଯ୍ୟ ଜାରି ରହିଛି ।

ତେବେ ଚିଡିଆଖାନା ସ୍ଥାପନାକୁ ବିରୋଧ କରି ସୁପ୍ରିମକୋର୍ଟରେ ପିଆଇଏଲ ରୁଜୁ କରିଥିଲେ ଜଣେ ସାମାଜିକ କର୍ମୀ । GZRRC ଦ୍ବାରା ଦେଶର ବିଭିନ୍ନ ସ୍ଥାନରୁ ପଶୁମାନଙ୍କୁ ଉଦ୍ଧାର କରାଯିବା ଉପରେ ରୋକ୍‌ ଲଗାଇବାକୁ ଏବଂ ସଂସ୍ଥାର ମ୍ୟାନେଜମେଣ୍ଟ ବିରୋଧରେ ଏସଆଇଟି ଗଠନ କରାଯାଇ ତଦନ୍ତ କରିବାକୁ ପିଟିସନ୍‌ରେ ଉଲ୍ଲେଖ କରିଥିଲେ । କେବଳ ସେତିକି ନୁହେଁ GZRRCର ଅଭିଜ୍ଞତା ଏବଂ ସାମର୍ଥ୍ୟ ବାବଦରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଆବେଦନକାରୀ । ସଂସ୍ଥା ବିରୁଦ୍ଧରେ ମାମଲା ଦାଖଲ ହେବା ପରେ ପକ୍ଷ ରଖିବାକୁ କହିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ଏ ନେଇ ନିର୍ଦ୍ଦେଶ ପାଇବା ପରେ କୋର୍ଟଙ୍କ ନିକଟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ରଖିଥିଲା GZRRC । ଉଭୟ ପକ୍ଷଙ୍କୁ ନେଇ ଗତ ୨୦୨୨ ଅଗଷ୍ଟ ୧୬ରେ ଶୁଣାଣି କରିବା ସହିତ GZRRC ବିରୋଧରେ ଆବେଦନକାରୀଙ୍କ ପକ୍ଷରୁ ଦାଖଲ ସମସ୍ତ ଅଭିଯୋଗକୁ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟ ରାୟ ଶୁଣାଇବା ପରେ ପ୍ରତିକ୍ରିୟା ରଖିଛି GZRRC । ସଂସ୍ଥାର ମୁଖ୍ୟ ଧନରାଜ ନଥଓ୍ବାନୀ କହିଛନ୍ତି, ‘କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛୁ । ପଶୁ ମଙ୍ଗଳ ପାଇଁ ଆମର ପ୍ରୟାସ ଜାରିରହିବ । ଦେଶର ବିଭିନ୍ନ ସ୍ଥାନରୁ ପ୍ରତିକୂଳ ପରିସ୍ଥିତିରେ ପଶୁମାନଙ୍କୁ ଉଦ୍ଧାର କରି ପୁନର୍ବାସ କରିବା ଏବଂ ସେମାନଙ୍କ ଯତ୍ନ ନେବା ପାଇଁ GZRRC ସର୍ବଦା ପ୍ରତିବଦ୍ଧ’।

ସମସ୍ତ ନିୟମ ପରିଧି ମଧ୍ୟରେ GZRRC ପକ୍ଷରୁ ଚିଡିଆଖାନା ତିଆରି କାର୍ଯ୍ୟ ଜାରି ରହିଥିବା କୁହାଯାଇଛି । ଏହା ସହିତ କୋର୍ଟ, ସଂସ୍ଥା ପକ୍ଷରୁ ଦାଖଲ କରାଯାଇଥିବା ଜୁ’ ର ଭିତ୍ତିଭୂମି, କାର୍ଯ୍ୟକାରିତା, ପଶୁ ଚିକିତ୍ସକଙ୍କ ସମ୍ପୂର୍ଣ୍ଣ ତଥ୍ୟ, ତଦାରଖ କର୍ତ୍ତା, ବାୟୋଲୋଜିଷ୍ଟ, ଜୁଲୋଜିଷ୍ଟ ଏବଂ ଏକ୍ସପର୍ଟଙ୍କ ତଥ୍ୟକୁ ହୃଦୟଙ୍ଗମ କରିଛନ୍ତି । ଏହା ସହିତ ଚିଡିଆଖାନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିବା ପରେ ତାହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବା । ଏହା ସହିତ ଶୈଖିକ ବାତାବରଣ ପାଇଁ ଦେଶ ତଥା ବିଶ୍ବର ବିଭିନ୍ନ ସ୍ଥାନରୁ ଅଣାଯାଉଥିବା ପଶୁ ପକ୍ଷୀଙ୍କ ସୁରକ୍ଷା, ପୁନର୍ବାସ ତଥା ସୁରକ୍ଷା ବେଶ ସହାୟକ ହେବ ।

GZRRC ପକ୍ଷରୁ ଦାଖଲ କରାଯାଇଥିବା ସମସ୍ତ ରିପୋର୍ଟକୁ ତର୍ଜମା କରିବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ସହିତ କୋର୍ଟ କହିଛନ୍ତି, ଗ୍ରୀନ୍ସ ଜୁଲୋଜିକାଲ ରେସ୍କ୍ୟୁ ଆଣ୍ଡ ରିହାବିଲିଟେସନ୍‌ ସେଣ୍ଟର ପକ୍ଷରୁ ପଶୁମାନଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯିବା ସମ୍ପୂର୍ଣ୍ଣ ଭାବେ ଆଇନ ସମ୍ମତ ଏବଂ ଅଧିକୃତ । ତେବେ କିଛି ଗଣମାଧ୍ୟମ ରିପୋର୍ଟ ଆଧାରରେ GZRRC ବିରୁଦ୍ଧରେ ଅଭିଯୋଗ ଆସିଥିଲା । ଏହା ସହିତ କୋର୍ଟ ହୃଦୟଙ୍ଗମ କରିଛନ୍ତି ଯେ, GZRRC ଏକ ଲାଭଖୋର ସଂସ୍ଥା ନୁହେଁ । ଏହି ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶୁମାନଙ୍କ ମଙ୍ଗଳ । ଏ କ୍ଷେତ୍ରରେ ଯଦି ବି କିଛି ରାଜସ୍ବ ଆୟ ହୁଏ ତେବେ ସେଗୁଡିକ ପଶୁ ମାନଙ୍କୁ ଉଦ୍ଧାର କରିବା ପାଇଁ ହିଁ ଖର୍ଚ୍ଚ ହେବ । ତେଣୁ GZRRC ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ଏଥିରେ କୌଣସି ଯୁକ୍ତିଯୁକ୍ତ ପ୍ରମାଣ ନାହିଁ ।

   Related Posts