ଟ୍ରେନିଂ ବେଳେ ଚାଲିଗଲା ଜିମ୍ ଟ୍ରେନ୍ରଙ୍କ ଜୀବନ, ସ୍କ୍ବାଟ୍ ମାରିବାବେଳେ ଘଟିଲା ଅଘଟଣ
22/07/2023 at 6:50 PM

ନୂଆଦିଲ୍ଲୀ, ୨୨/୦୭: ଜିମ୍ରେ ଘଟିଲା ଅଘଟଣ। ଟ୍ରେନିଂବେଳେ ଚାଲିଗଲା ଜିମ୍ ଟ୍ରେନ୍ରଙ୍କ ଜୀବନ। ଜିମ୍ରେ ଟ୍ରେନିଂ କରୁଥିବାବେଳେ ଇଣ୍ଡୋନେସିଆର ୩୩ ବର୍ଷୀୟ ଜିମ୍ ଟ୍ରେନ୍ର ଜଷ୍ଟିନ୍ ଭିକିଙ୍କର ମୃତ୍ୟୁ ହୋଇଛି । ଭିକିଙ୍କ ବେକ ଉପରେ ଟ୍ରେନିଂ ସମୟରେ ୨୧୦ କେଜି ଓଜନ ପଡ଼ିଯାଇଥିଲା । ଯେଉଁଥିରେ ତାଙ୍କର ବେକ ଭାଙ୍ଗିଯାଇଥିଲା। ଆଉ ଏଥିରେ ମୃତ୍ୟୁ ହୋଇଥିଲା। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।
ରିପୋର୍ଟ ଅନୁଯାୟୀ, ଘଟଣା ଜୁଲାଇ ୧୫ର। ଇଣ୍ଡୋନେସିଆର ବାଲିର ଏକ ଜିମ୍ରେ ଟ୍ରେନିଂ କରୁଥିଲେ ଜଷ୍ଟିନ୍। ୨୧୦ କେଜି ଓଜନ ସହ ସ୍କ୍ବାଟ୍ ମାରୁଥିବା ସମୟରେ ବାର୍ବେଲ୍ ତାଙ୍କ ବେକ୍ ଉପରେ ପଡ଼ିଯାଇଥିଲା ଯେଉଁଥିରେ ତାଙ୍କ ବେକ ଭାଙ୍ଗିଯାଇଥିଲା । ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ସ୍କ୍ବାଟ୍ ମାରିବା ସମୟରେ ସେ ବସିବା ପୋଜିସନ୍କୁ ଆସୁଛନ୍ତି କିନ୍ତୁ ଅତ୍ୟଧିକ ଓଜନ ଫଳରେ ଆଉ ଉଠିପାରିନଥିଲେ। ଆଉ ଓଜନ ସମ୍ଭାଳି ନପାରିବାରୁ ବାରବେଲ୍ ତାଙ୍କ ବେକ୍ ଉପରେ ପଡ଼ିଯାଉଛି। ତାଙ୍କ ସହଯୋଗୀ ମଧ୍ୟ ନିୟନ୍ତ୍ରଣ ହରାଉଛନ୍ତି।
ଆହୁରି ପଢ଼ନ୍ତୁ: ଇଣ୍ଟରଭ୍ୟୁ ବାହାନାରେ ଭୋଜପୁରୀ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ, ମାମଲା ରୁଜୁ କଲା ପୋଲିସ୍
ରିପୋର୍ଟ ଅନୁଯାୟୀ, ବାର୍ବେଲ୍ ପଡ଼ିବା କାରଣରୁ ତାଙ୍କ ବେକ ଭାଙ୍ଗିଯାଇଥିଲା ଏବଂ ମସ୍ତିଷ୍କରୁ ହୃଦୟ ଏବଂ ଫୁସ୍ଫୁସ୍କୁ ସଂଯୋଗ କରୁଥିବା ସ୍ନାୟୁ ଗୁରୁତର ଭାବରେ ଦବି ଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ଜଷ୍ଟିନ୍ ମୃତ୍ୟୁରେ ଅନେକ ତାଙ୍କୁ ଶୋକପ୍ରକାଶ କରିଛନ୍ତି।