scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୬୮ ବର୍ଷରେ ବି ଥକିନାହାନ୍ତି…ଜିମ୍‌ ଯାଉଛନ୍ତି, ୱର୍କ ଆଉଟ୍‌ କରୁଛନ୍ତି, ଦେଖନ୍ତୁ ଏହି ବୃଦ୍ଧାଙ୍କ କ୍ରେଜ୍

7/08/2023 at 1:50 PM

ନୂଆଦିଲ୍ଲୀ ୦୭।୦୮: ନିଜକୁ ଫିଟ୍ ରଖିବା ପାଇଁ ଭଲ ଖାଇବା ସହିତ ବ୍ୟାୟାମ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୋଗ କରିବା, ଚାଲିବା ଏବଂ ଏକ୍ସସରସାଇଜ୍ କରିବା ଦ୍ବାରା ଶରୀର ଫିଟ୍ ରହିଥାଏ । ଏହାବ୍ୟତୀତ ମାଇଣ୍ଡ ବି ଆକ୍ଟିଭ୍ ରହିଥାଏ । ଅଧିକାଂଶ ଲୋକ ଭାବନ୍ତି ଯେ ବୃଦ୍ଧମାନଙ୍କ ପାଇଁ ଜିମ୍ କରିବା ଠିକ୍ ନୁହେଁ । ସେମାନେ କେବଳ ବ୍ୟାୟାମ ଏବଂ ଚାଲିବା ଉଚିତ୍ ।  କିନ୍ତୁ ଇଣ୍ଟରନେଟରେ ଭାଇରାଲ ହେଉଥିବା ଭିଡିଓ କିନ୍ତୁ କିଛି ଭିନ୍ନ କାହାଣୀ କହୁଛି ।

ଏଥିରେ ଜଣେ ୬୮ ବର୍ଷ ବୟସ୍କା ମହିଳା ଓ୍ବେଟି ଲିଫ୍ଟିଙ୍ଗ୍ କରୁଥିବାର ନଜର ଆସୁଛି । ଯାହା କାହାକୁ ବି ପ୍ରେରଣା ଦେବା ପାଇଁ ଯଥେଷ୍ଟ ।  କୁହାଯାଏ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର୍‌ ମାନେ । ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଜଣେ ୬୮  ବର୍ଷିୟ ବୃଦ୍ଧା । ଏହି  ଭାଇରାଲ ଭିଡିଓ ଦେଖିବା ପରେ ଆପଣ ବି ତାଙ୍କୁ ସଲାମ୍ କରିବାକୁ ବାଧ୍ୟ ହେବେ ।…ଦେଖନ୍ତୁ ଜିମ୍‌ରେ କେମିତି କରୁଛନ୍ତି ୱାକ୍‌ ଆଉଟ୍ । ଆଉ ଷ୍ଟାଇଲ ଦେଖିଲେ ପୂରା ଚମକି ପଡିବେ । ଆଉ କହିବେ ଏ ବୟସରେ ଏମିତି ଜିମ୍‌ ଯାଇ କାମ କରିବା କିଛି କମ୍‌ କଥା ନୁହେଁ…

ଏହି ଭାଇରାଲ୍ କ୍ଲିପ୍ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଅଜୟ ସାଙ୍ଗୱାନ୍ ଦ୍ୱାରା ପୋଷ୍ଟ କରାଯାଇଛି । ଯିଏକି ଜଣେ ଜିମ୍ ଟ୍ରେନର୍ ।  ସେ ନିଜ ପେଜ୍‌ରେ ଏହା ପୂର୍ବରୁ ଅନେକ ପୋଷ୍ଟ ସେୟାର କରିଛନ୍ତି । ତେବେ ଏହି ମହିଳା ଜଣଙ୍କ ତାଙ୍କ ମାଆ ବୋଲି ଜଣାପଡିଛି । ଅଜୟ ମାଆଙ୍କର ବୟସ ୬୮ରୁ ଅଧିକ । ହେଲେ ଏ ବୟସରେ ବି ହାର୍‌ ମାନିନାହାନ୍ତି ସିଏ । ବରଂ ପ୍ରତିଦିନ ଜିମ୍‌ ଯାଉଛନ୍ତି ପ୍ରତିକ୍ରିୟା ମଧ୍ୟ ଆଉ ୱାକଆଉଟ୍‌ କରୁଛନ୍ତି ।

ଭାରତରେ ଏହି ବୟସର ମହିଳାମାନେ ପୂଜାପାଠରେ ବ୍ୟସ୍ତ ଥିବା ବେଳେ ଏହି ବୃଦ୍ଧା  ଜିମ୍ ଯାଇ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତ ।  ବିଶେଷ କଥା ହେଉଛି ଜେଜେମା କେବଳ କାର୍ଡିଓ ନୁହେଁ ବରଂ ବାରବେଲ, ଡମ୍ବୁଲ ଭଳି ଇଣ୍ଟ୍ରୁମେଣ୍ଟରେ ଓ୍ବର୍କ ଲିଫ୍ଟିଙ୍ଗ୍ କରୁଛନ୍ତି ।  ସପ୍ତାହେ ପୂର୍ବରୁ ସେୟାର ହୋଇଥିବା ଏହି ଭିଡିଓ ଦେଖିବା ପରେ ଲୋକମାନେ ଅନୁପ୍ରାଣିତ ହେଉଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ନେଇ ଅନେକ ୟୁଜର୍ସ ଭିନ୍ନଭିନ୍ନ ଦେଉଛନ୍ତି ।

You Can Read:

   Related Posts