‘ମନ୍ଦିର କି ମସଜିଦ ନୁହେଁ, ଜ୍ଞାନବାପୀ ଥିଲା ବୌଦ୍ଧ ମଠ...’, ସୁପ୍ରିମକୋର୍ଟରେ ଯାଚିକା ଦାଖଲ କଲେ ବୌଦ୍ଧ ଧର୍ମଗୁରୁ

Published By : Prameya-News7 Bureau | August 03, 2023 IST

ନୂଆଦିଲ୍ଲୀ: ଜ୍ଞାନବାପୀ ମାମଲାରେ ଗୁରୁବାର ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଦେଇ ଏଏସଆଇ ସର୍ଭେ ପାଇଁ ଅନୁମତି ଦେଇଛନ୍ତି । ଜୁଲାଇ ୨୧ରେ ବାରାଣସୀ ଜିଲ୍ଲା ଜଜ୍ ଜ୍ଞାନବାପୀର ଏଏସଆଇ ସର୍ଭେ ପାଇଁ ଆଦେଶ ଦେଇଥିଲେ । ମୁସଲିମ୍ ପକ୍ଷ ପ୍ରଥମେ ସୁପ୍ରିମକୋର୍ଟ ଏବଂ ପରେ ହାଇକୋର୍ଟରେ ଏଏସଆଇ ସର୍ଭେ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଏବେ ହାଇକୋର୍ଟ ଏହି ଯାଚିକାରୁ ଖାରଜ କରିଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ନ୍ୟାୟହିତରେ ଏଏସଆଇ ସର୍ଭେ ଜରୁରୀ ଅଟେ । କିଛି ସର୍ତ୍ତ ସହ ଏହାକୁ କରିବାର ଆବଶ୍ୟକତା ରହିଛି ।

ପଢନ୍ତୁ: ଜାରି ରହିବ ଜ୍ଞାନବାପୀ ମସଜିଦରେ ASI ସର୍ଭେ, ମୁସଲିମ ପକ୍ଷର ଆବେଦନକୁ ଖାରଜ କଲେ HC

କିନ୍ତୁ ଏବେ ଏହି ମାମଲାରେ ଏକ ନୂଆ ମୋଡ ଏବେ ସାମନାକୁ ଆସିଛି । ବୌଦ୍ଧ ଧର୍ମଗୁରୁ ସୁପ୍ରିମକୋର୍ଟରେ ଦାବି କରିଛନ୍ତି ଯେ ଏହା ତାଙ୍କର ମଠ । ବୌଦ୍ଧ ଧର୍ମଗୁରୁ ସୁପ୍ରିମକୋର୍ଟରେ ରିଟ୍ ଦାୟର କରି କହିଛନ୍ତି ଯେ ଜ୍ଞାନବାପୀ ମନ୍ଦିର କି ମସଜିଦ୍ ନୁହେଁ ବରଂ ବୌଦ୍ଧ ମଠ । ବୌଦ୍ଧ ଧର୍ମ ଗୁରୁ ସୁମିତ ରତନ ଭନ୍ତେଙ୍କ ଅନୁସାରେ ଦେଶରେ ଅନେକ ଏପରି ମନ୍ଦିର ରହିଛି, ଯାହା ବୌଦ୍ଧ ମଠକୁ ଭାଙ୍ଗି ନିର୍ମାଣ କରାଯାଇଛି । ଜ୍ଞାନବାପୀରେ ଥିବା ତ୍ରିଶୂଳ ଏବଂ ସ୍ୱସ୍ତିକ ଚିହ୍ନ ବୌଦ୍ଧ ଧର୍ମର । କେଦାରନାଥ ହେଉ ଅବା ଜ୍ଞାନବାପୀ ଯାହାକୁ ଜ୍ୟୋର୍ତିଲଙ୍ଗ କୁହାଯାଉଛି, ତାହା ବୌଦ୍ଧ ଧର୍ମ ସ୍ତୁପ ଅଟେ ।

ସୁମିତ ରତନ ଭନ୍ତେ ଦେଶରେ ବୌଦ୍ଧ ମଠଗୁଡିକ ଅନୁସନ୍ଧାନ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଆମେ ନୂଆ ଅନୁସନ୍ଧାନ କରି ଜାଣିଛୁ ଯେ ଜୈନ ଏବଂ ବୌଦ୍ଧ ମଠକୁ ଭାଙ୍ଗି ମନ୍ଦିର କିମ୍ୱା ମସଜିଦ୍ ନିର୍ମାଣ କରାଯାଇଛି । ସବୁ ମନ୍ଦିର ଏବଂ ମସଜିଦ ସେମାନଙ୍କ ମୂଳ ସ୍ୱରୁପକୁ ଆସିବା ଦରକାର । ଯେଉଁଠି –ଯେଉଁଠି ବୌଦ୍ଧ ମଠଗୁଡିକ ସ୍ୱରୁପ ବଦଳାଯାଇଛି ।

ଗୁରୁବାର ଆହ୍ଲାବାଦ ହାଇକୋର୍ଟ ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରି ଏଏସଆଇ ସର୍ଭେ ପାଇଁ ଅନୁମତି ଦେଇଛନ୍ତି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମସଜିଦ ସମିତି ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଶେଷ ଅନୁମତି ଯାଚିକା ଦାଖଲ କରିଛି ।

Also Read: ଜ୍ଞାନବ୍ୟାପୀ ମସ୍‌ଜିଦ୍ ମାମଲା: ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟରେ ମୁସ୍‌ଲିମ ପକ୍ଷର ଚ୍ୟାଲେଞ୍ଜ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.