ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷର ଆବେଦନ ଖାରଜ, ହିନ୍ଦୁ ପକ୍ଷର ରାୟ ଗ୍ରହଣ
12/09/2022 at 2:49 PM

ନୂଆଦିଲ୍ଲୀ ୧୨/୦୯: ଜ୍ଞାନବାପୀ ମସଜିଦ ମାମଲାରେ ବାରାଣାସୀ କୋର୍ଟ ହିନ୍ଦୁ ପକ୍ଷ ସପକ୍ଷରେ ରାୟ ଦେଇଛନ୍ତି । ଅଞ୍ଜୁମନ ଇନ୍ତେଜାମିଆ କମିଟିର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହି ପାଞ୍ଚଜଣ ମହିଳା ହିନ୍ଦୁ ଦଳର ସପକ୍ଷରେ କୋର୍ଟ ରାୟ ଦେଇଛନ୍ତି ।
ଜ୍ଞାନବ୍ୟାପୀ ଶ୍ରୀଙ୍ଗର ଗୌରୀ ବିବାଦ ମାମଲାରେ ଏହି ରାୟ ପ୍ରଦାନ କରୁଥିବାବେଳେ ଜିଲ୍ଲା ଜଜ୍ ଏ.କେ ବିଶ୍ୱଶଙ୍କ ଏକକ ବେଞ୍ଚ ଏହି ମାମଲାକୁ ଶୁଣାଣି ବୋଲି କହିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହିନ୍ଦୁ ପକ୍ଷରେ ରାୟ ଶୁଣାଇଛନ୍ତି ଅଦାଲତ ।
ମୁସଲିମ ପକ୍ଷରୁ ଦାୟର ଯାଚିକାକୁ ଖାରଜ କରିଦେଇଛନ୍ତି ବାରଣାସୀ କୋର୍ଟ । ଅଦାଲତ କହିଛନ୍ତି, ‘ଜ୍ଞାନବାଦୀ ମସଜିଦ ମାମଲାରେ ଆସନ୍ତା ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ’।
Related Posts
ମଧ୍ୟବିତ୍ତଙ୍କ ପାଖରେ ପହଞ୍ଚାଅ ସରକାରୀ ଯୋଜନା: ପ୍ରଧାନମନ୍ତ୍ରୀ ମୋଦୀ
30 January 2023
ବିହାରରେ ନୀତୀଶଙ୍କ ସହ ପୁଣି ମେଣ୍ଟ କରିବ କି ବିଜେପି ?
30 January 2023