vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ

19/05/2022 at 7:25 AM

ନୂଆଦିଲ୍ଲୀ, ୧୯|୦୫ : ଜ୍ଞାନବାପୀ ମସଜିଦ ମାମଲାରେ ବାରଣାସୀ ସ୍ଥାନୀୟ କୋର୍ଟରେ ଗୁରୁବାର ପୁଣି ଶୁଣାଣି ହେବ । ମଙ୍ଗଳବାର କୋର୍ଟରେ କମିଶନର ସର୍ଭେ ରିପୋର୍ଟ ପ୍ରଦାନ କରିବାକୁ ଦୁଇ ଦିନ ସମୟ ମାଗିଥିଲେ । ଏହି ସମୟ ଆଜି ପୂରଣ ହେଉଛି । ଗୁରୁବାର କୋର୍ଟ ଖୋଲିବା ପରେ ଆଡଭୋକେଟ୍ କମିଶନର ସର୍ଭେ ରିପୋର୍ଟ ଦାଖଲ କରିବେ । ଏହାସହ ସ୍ଥାନୀୟ କୋର୍ଟରେ ଆଉ ଦୁଇଟି ଆବେଦନ ଉପରେ ମଧ୍ୟ ଶୁଣାଣି ହେବ ।

ଗୋଟିଏ ଆବେଦନରେ କୋର୍ଟ କମିଶନ ଜ୍ଞାନବାପୀରୁ ମିଳିଥିବା ଶିବଲିଙ୍ଗକୁ ପୂଜା କରିବାପାଇଁ ଅନୁମତି ମାଗିଛନ୍ତି । ଏହାସହ ଅନ୍ୟ ଏକ ଆବେଦନରେ ସେଠାରେ ପଡିଥିବା ଆବର୍ଜନା ଓ ଭଗ୍ନାବଶେଷ ହଟାଇବାକୁ ଅନୁରୋଧ କରାଯାଇଛି ।

ସେହିପରି ମଙ୍ଗଳବାର କୋର୍ଟରେ ଆଉ ଏକ ଆବେଦନ କରାଯାଇଥିଲା । ଯେଉଁଥିରେ ସିଲ୍ କରାଯାଇଥିବା ଅଞ୍ଚଳରୁ ପାଇପଲାଇନ୍ ହଟାଇବାକୁ ଦାବି କରାଯାଇଥିଲା । ଏହି ଆବେଦନ ଜିଲ୍ଲା ଗଭର୍ଣ୍ଣମେଣ୍ଟ କାଇନସିଲର ଆଇନଜୀବୀ ମହେନ୍ଦ୍ର ପ୍ରସାଦ ପାଣ୍ଡେ ଦାଖଲ କରିଥିଲେ ।

ସୁପ୍ରିମକୋର୍ଟରେ ବି ଗୁରୁବାର ଶୁଣାଣି

ଗୁରୁବାର ଜ୍ଞାନବାପୀ ମସଜିଦ ସର୍ଭେ ମାମଲାରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ଜଷ୍ଟିସ ନରସିଂହାଙ୍କ ଖଣ୍ଡପୀଠ ସମ୍ମୁଖରେ ଉତ୍ତର ପ୍ରଦେଶ ସରକାର ଓ ଅନ୍ୟ ପକ୍ଷ ନିଜର ଜବାବ ଦାଖଲ କରିବେ । ମଙ୍ଗଳବାର କୋର୍ଟ ସମସ୍ତ ପକ୍ଷକାରଙ୍କୁ ଜବାବ ତଲବ କରିଥିଲେ । ଏହାସହ କୋର୍ଟ ଜିଲ୍ଲାପାଳଙ୍କୁ ଶିବଲିଙ୍ଗକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ମୁସଲିମଙ୍କୁ ମଧ୍ୟ ସେଠାରେ ନମାଜ ପାଠ କରିବାକୁ ମନା କରାଯାଇ ପାରିବ ନାହିଁ ବୋଲି  କୋର୍ଟ କହିଥିଲେ ।

   Related Posts