ଏମିତି ଜଣେ ପ୍ରାର୍ଥୀ; ୨୭ ଥର ହାରିଛନ୍ତି ନିର୍ବାଚନ, ୨୮ଥର ଲଢିବେ ନିର୍ବାଚନ

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ ୨୦।୦୪: ସାରା ଦେଶରେ ନିର୍ବାଚନୀ ମାହୋଲ୍‌ । ପ୍ରଚାର ପାଇଁ ମଇଦାନ୍‌କୁ ଓହ୍ଲାଇଛନ୍ତି ସବୁ ପ୍ରାର୍ଥୀ । କିନ୍ତୁ ଜାଣନ୍ତି କି ଏପରି ଜଣେ ପ୍ରାର୍ଥୀ ଅଛନ୍ତି ଯିଏକି ୨୭ଥର ହାରିଲେଣି ନିର୍ବାଚନ । ଚଳିତବର୍ଷ ୨୮ ଥର ପାଇଁ ନିର୍ବାଚନ ଲଢିବାକୁ ସେ ମଇଦାନକୁ ଓହ୍ଲାଇଛନ୍ତି । 

ବ୍ୟକ୍ତି ଜଣକ ହେଉଛନ୍ତି ଗ୍ୱାଲିଅରର । ତାଙ୍କ ନାଁ ଆନନ୍ଦ କୁଶଓ୍ବା । ସେ ପିଏମ ମୋଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଘର ନିକଟରେ ଚା’ ଦୋକାନ କରନ୍ତି । ସେ ପିଏମ ମୋଦୀଙ୍କ ପରି ଦେଶ ସେବା କରିବାକୁ ଚାହୁଁଛନ୍ତି । 

ଆନନ୍ଦ କୁଶୱା ବର୍ତ୍ତମାନ ପର୍ଯ୍ୟନ୍ତ କାଉନସିଲରଙ୍କ ଠାରୁ ବିଧାୟକ, ମେୟର ତଥା ରାଷ୍ଟ୍ରପତିଙ୍କ ସମେତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ଆନନ୍ଦଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଫଳତା ମିଳିନି, କିନ୍ତୁ ସେ ଆଶାବାଦୀ ଯେ ଯଦି ଚା ବିକାଳୀ ନରେନ୍ଦ୍ର ମୋଦୀ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହୋଇପାରିବେ, ତେବେ ସେ କାହିଁକି ନୁହେଁ ? 

ତେଣୁ ଏଥର ପୁଣିଥରେ ୨୦୨୪ ଲୋକସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ଏଥିସହ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.