ମାଲକାନଗିରି ୧୩।୧୨: ମାଲକାନଗିରି ଜିଲ୍ଲା ପୋଲିସକୁ ବଡ ସଫଳତା । ବିପୁଳ ପରିମାଣର ଗୁଟଖା ଚୋରା ଚାଲାଣ ବେଳେ ଜବତ କଲା ମାଲକାନଗିରି ମଡେଲ ଥାନା ପୋଲିସ । ମାଲକାନଗିରି ସଦର ମହକୁମା ବସଷ୍ଟାଣ୍ଡ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଗୁଇନ୍ଦା ସୂଚନା ପାଇ ଗାଡି ଯାଞ୍ଚ କରୁଥିଲା ପୋଲିସ। ଏହି ସମୟରେ ଏକ ଅଟୋକୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ପ୍ରାୟ ୮ ଲକ୍ଷ ଟଙ୍କାର ଗୁଟଖା ମିଳିଥିଲା । ଏସବୁ ଗୁଟଖା କାଲିମେଳାକୁ ଚୋରା ଚାଲାଣ ହେଉଥିଲା ।
{"id":376803,"sizeSlug":"large","linkDestination":"none"}ଅଟୋକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି ଅଧିକ ପଚାରା ଉଚରା କରୁଛି ପୋଲିସ । ମାଲକାନଗିରି ସଦର ମହକୁମାରେ ମଧ୍ୟ କିଛି ସ୍ଥାନରେ ଚୋରା ଗୁଟଖା ମହଜୁଦ ରହିଥିବା ଡ୍ରାଇଭରର ସୂୂଚନା ଆଧାରରେ ଚାପା ମାରିବା ପରେ ପ୍ରାୟ ୫ ଲକ୍ଷ ଟଙ୍କାର ଗୁଟଖା ଜବତ କରାଯାଇଛି। ୬ଟି ମାମଲା ରୁଜୁ କରାଯାଇ ୮ ଜଣଙ୍କୁ ଗିରଫ କରାଯାଇଛି । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଏସଡିପିଓ ସୂଚନା ଦେଇଛନ୍ତି ।