Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଗୁଟ୍‌ଖା ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଘଟଣା, କମ୍ପାନୀ ନାଁରେ ନିଜ ଆଡୁ ମାମଲା ରୁଜୁ କଲା ପୋଲିସ

21/12/2021 at 8:32 AM

ସମ୍ବଲପୁର ୨୧।୧୨: ଗୁଟ୍‌ଖା ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଘଟଣା । ଗୁଟ୍‌ଖା ଫ୍ୟାକ୍ଟ୍ରି କେପି ସୁଗନ୍ଧ ଲିମିଟେଡ଼ ନାଁ ମାମଲା ରୁଜୁ । ସମ୍ବଲପୁର ଆଇଁଠାପାଲି ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ଏବେ ସୁଦ୍ଧା ଆହତଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି ।

ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ହଠାତ୍‌ ସମ୍ବଲପୁର ପରଧିଆପାଲି ସ୍ଥିତ ଏକ ଗୁଟ୍‌ଖା କାରଖାନାରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରିଥିଲା । ଶେଷରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହ ଆହତଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ କିଛି ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ଯାଏଁ ୨୭ରେ ପହଞ୍ଚିଲାଣି ମୋଟ ଆହତଙ୍କ ସଂଖ୍ୟା ।

ସେପଟେ ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ନିଆ ଆଡୁ ଗୁଟଖା ଫ୍ୟାକ୍ଟ୍ରି କେପି ସୁଗନ୍ଧ ଲିମିଟେଡ଼ ନାଁ ମାମଲା ରୁଜୁ କରିଛି ।

   Related Posts