‘ଫନି’ର ଆଗୁଆ ପ୍ରଭାବ ; ଉଡିଗଲା ପୁରୀ ଶ୍ରୀମନ୍ଦିର ପତିତପାବନ ବାନା, ଲୋକେ ଆତଙ୍କିତ

Published By : Prameya-News7 Bureau | May 02, 2019 IST

ପୁରୀ ୨|୫: ମାଡି ଆସୁଛି ସାମୁଦ୍ରିକ ଝଡ ‘ଫନି’ । ଫନି ଆତଙ୍କରେ ଆତଙ୍କିତ ଅଛନ୍ତି ରାଜ୍ୟବାସୀ । ଏ ଭିତରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ଭୋରୁ ଭୋରୁ ପୁରୀ ଶ୍ରୀମନ୍ଦିରର ପତିତପାବନ ବାନା ଉଡି ଯାଇଛି । ତେବେ ଫନିର ଆଗୁଆ ପ୍ରଭାବ ଯୋଗୁଁ ହେଉଥିବା  ଅତ୍ୟଧିକ ପବନ ଯୋଗୁଁ ଶ୍ରୀମନ୍ଦିରର ବାନା ଉଡିଯାଇଥିବା ସୂଚନା ମିଳିଛି । ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଭୀଷଣ ବେଗରେ ପୁରୀ ଆଡକୁ ମାଡି ଆସୁଥିବା ସାମୁଦ୍ରିକ ଝଡ ଫନିକୁ ନେଇ ଲୋକେ ଭୟଭୀତ ଥିବା ବେଳେ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବାକୁ ପୁରୀବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ସାମୁଦ୍ରିକ ବାତ୍ୟା ଓଡିଶା ଛୁଇଁବା ପୂର୍ବରୁ ଶ୍ରୀମନ୍ଦିରରୁ ପତିତପାବନ ବାନା ଉଡିଯିବା ଏକ ଅଶୁଭ ସଂକେତ ବୋଲି ଏବେ ପୁରୀରେ ଚର୍ଚ୍ଚା ଜୋର ଧରିଛି । ଏହା ପୂର୍ବରୁ ମଧ୍ୟ ପତିତପାବନ ବାନା ଅନେକ ସମୟରେ ଉଡିଯାଇଥିବା ନଜିର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.