scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୋବର୍ଦ୍ଧନ ମଠରେ ଗୁରୁପୂର୍ଣ୍ଣିମା ଉତ୍ସବ, ଶଙ୍କରାଚାର୍ଯ୍ୟ କହିଲେ ମହର୍ଷି ବ୍ୟାସଙ୍କ ଆଶୀର୍ବାଦରୁ ବିଶ୍ୱ ଓ ରାଷ୍ଟ୍ରର ହେଉ କଲ୍ୟାଣ

3/07/2023 at 3:41 PM

ପୁରୀ ୦୩/୦୭: ପୁରୀ ଗୋବର୍ଦ୍ଧନ ମଠ ପରିସରରେ ପବିତ୍ର ଗୁରୁପୂର୍ଣ୍ଣମୀ ଭକ୍ତିପୂତ ପରିବେଶ ମଧ୍ୟରେ ପାଳିତ ହୋଇଛି। ଗୁରୁପୂର୍ଣ୍ଣିମାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ମହର୍ଷି ବ୍ୟାସଙ୍କ ଆଶୀର୍ବାଦରୁ ସମଗ୍ର ବିଶ୍ୱ ଓ ରାଷ୍ଟ୍ରର କଲ୍ୟାଣ ହେଉ। ମାନ୍ୟବର ସୁପ୍ରିମକୋର୍ଟ ଶ୍ରୀମନ୍ଦିରର ଧାର୍ମିକ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ କହିଛନ୍ତି।

ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ମୋ ନିକଟକୁ ଆସିଲେ ମୁଁ ଉଚିତ୍ ପରାମର୍ଶ ଦେବି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ଆଜି ଗୁରୁପୂର୍ଣ୍ଣିମା ଅବସରରେ ମଠ ପରିସରରେ ସକାଳ ୮ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପୀଠର ଆଚାର୍ଯ୍ୟ ଓ ପୂର୍ବାଚାର୍ଯ୍ୟମାନଙ୍କର ପୂଜନ ତଥା ସ୍ଵାମୀ ନିର୍ବିକଳ୍ପାନନ୍ଦ ସରସ୍ଵତୀଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା । ଏହାପରେ ଦିନ ୧୦ଟା ଠାରୁ ଭକ୍ତମାନଙ୍କ ଦ୍ବାରା ପୀଠାଧିଶ୍ବର ପୂଜ୍ୟ ୧୪୫ତମ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୂଜନ କରିଥିଲେ।

ଅପରାହ୍ନ ୫ଟାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଭଗବଦ ପାଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ପୌରୋହିତ୍ୟରେ ଗୋବର୍ଦ୍ଧନମଠ ସତ୍ସଙ୍ଗ ଭବନରେ ଏକ ଧର୍ମସଭା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତର ୧୫ଟି ରାଜ୍ୟରୁ ପ୍ରତିନିଧିମାନେ ଯୋଗଦେବେ।

   Related Posts