ହିଂସାରେ ଜଳୁଛି ହରିୟାଣା, ନୁହରେ କର୍ଫ୍ୟୁ, ୯ ଜିଲ୍ଲାରେ ୧୪୪ ଧାରା, ଇଣ୍ଟରନେଟ୍ ବନ୍ଦ
2/08/2023 at 9:39 AM

ଚଣ୍ଡିଗଡ଼: ହରିୟାଣାରେ ବେକାବୁ ହିଂସା । ଥମିବା ବଦଳରେ ହୁହୁ ହୋଇ ବ୍ୟାପୁଛି । ପ୍ରଶାସନ ପକ୍ଷରୁ ହାଇ-ଆଲର୍ଟ ଜାରି ହୋଇଥିଲେ ମଧ୍ୟ ନୁହରୁ ଏହା ଗୁରୁଗ୍ରାମକୁ ମାଡ଼ିଗଲାଣି । ହିଂସା ଓ ଭିଡ଼ ନିୟନ୍ତ୍ରଣ ପାଇଁ ନୁହରେ କର୍ଫ୍ୟୁ ଜାରି ହୋଇଛି । ଗୁରୁଗ୍ରାମ ସହିତ ରେୱାଡି, ପଲବଲ, ଫରିଦାବାଦ, ସୋନିପତ ଆଦି ୯ ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ସେହିପରି ଇଣ୍ଟରେନେଟ୍ ବନ୍ଦ କରିଦିଆଯାଇଛି । ମୁଖ୍ୟମନ୍ତ୍ରୀ ହିଂସାକାଣ୍ଡକୁ ଷଡଯନ୍ତ୍ର ବୋଲି କହିଛନ୍ତି ।
सुनियोजित और षडयंत्र पूर्ण तरीके से नूंह में सामाजिक यात्रा को भंग करने के लिए आक्रमण किया गया और पुलिस को भी निशाना बनाया गया, जो बड़ी साजिश की तरफ इशारा करता है।
— Manohar Lal (@mlkhattar) August 1, 2023
केंद्र और प्रदेश सरकार की ओर से भेजे गए सुरक्षा बल फिलहाल वहाँ तैनात हैं और स्थिति पर नियंत्रण पा लिया गया है।… pic.twitter.com/BhHI7czrVd
ମଙ୍ଗଳବାର ମଧ୍ୟ ହରିୟାଣାରେ ହିଂସା ଘଟଣା ସାମ୍ନାକୁ ଆସିଛି । ରାଜଧାନୀ ଦିଲ୍ଲୀକୁ ଲାଗିକରି ଥିବା ଗୁରୁଗ୍ରାମରେ ଉପଦ୍ରବୀ ମାନେ ତାଣ୍ଡବ ରଚିଛନ୍ତି । ବାଦ୍ଶାପୁରରେ ରେସ୍ତୁରାଁ ଓ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଗୁରୁଗ୍ରାମର ସେକ୍ଟର-୭୦ରେ ମଧ୍ୟ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି। ସେକ୍ଟର-୭୦ରେ ଦୋକାନ ଓ କିଛି ଝୁମ୍ପୁଡ଼ିରେ ଉପଦ୍ରବୀମାନେ ନିଆଁ ଲଗାଇ ଦେଇଛନ୍ତି ।
ସେପଟେ ଆଜି ଦେଶବ୍ୟାପୀ ଆନ୍ଦୋଳନ କରିବ ବିଶ୍ବ ହିନ୍ଦୁପରିଷଦ । କେନ୍ଦ୍ର ଅର୍ଦ୍ଧସାମରିକ ଦଳର ୧୩ କମ୍ପାନି ମୁତୟନ କରାଯାଇଛି। ନୁହ ହିଂସାକାଣ୍ଡ ଗୁରଗ୍ରାମକୁ ବ୍ୟାପିଛି। ନୁହରେ ହିଂସାକୁ ଦେଖି ୧୦ମ, ଦ୍ବାଦଶ, ଅଗଷ୍ଟ ୧ ଏବଂ ୨ରେ ହେବାକୁ ଥିବା ସବୁ ପରୀକ୍ଷାକୁ ରଦ୍ଦ କରାଯାଇଛି। ନୁହ ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର,ଗୃହମନ୍ତ୍ରୀ ଅନିଲ ବିଜ୍ , ଚିଫ୍ ସେକ୍ରେଟାରୀ,DGP ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ନୁହ ଦଙ୍ଗାରେ ପ୍ରାଣ ହରାଇଥିବା ଦୁଇ ଜଣ ହୋମଗାର୍ଡଙ୍କ ପରିବାର ୫୭ -୫୭ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛି ହରିୟାଣା ପୋଲିସ।
#Order
— DIPRO Gurugram (@diprogurugram1) August 1, 2023
गुरुग्राम में सोहना सब डिविजन क्षेत्र को छोड़कर जिला की सभी शिक्षण संस्थाएं बुधवार दो अगस्त को सामान्य दिनों की तरह खुलेंगी।
जिलाधीश एवं डीसी श्री निशांत कुमार यादव ने इस संदर्भ में जारी किए आदेश।#EducationalInstitute #Gurugram #Haryana pic.twitter.com/ZQ5vZbQlX5
ହିଂସାକୁ ନଜରରେ ରଖି ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ କରିଦିଆଯାଇଛି । ସେପଟେ ହିଂସା ସୃଷ୍ଟି କରୁଥିବା ଉପଦ୍ରବୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଟ୍ବିଟ୍ କରି ସୂଚନା ଦେଇଛନ୍ତି ।