କ୍ରିକେଟର ଋଷଭଙ୍କୁ ଭେଟିଲେ ଗୁରୁ ରନ୍ଧୱା, ଫଟୋ ଦେଖି ଇମୋଶନାଲ ହେଲେ ଫ୍ୟାନ୍ସ
27/03/2023 at 7:48 AM

ମୁମ୍ଵାଇ ୨୭।୦୩: ଲୋକପ୍ରିୟ ଗାୟକ ଗୁରୁ ରାନ୍ଧୱା। ନିକଟରେ ତାଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଇଥିଲେ। ଋଷଭ ପନ୍ଥଙ୍କୁ ଭେଟିବା ପାଇଁ ଗୁରୁ ରାନ୍ଧୱା ପହଞ୍ଚିଥିଲେ। ଏନେଇ ଏକ ସୁନ୍ଦର ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋରେ ଋଷଭଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଉଛି। ଗୁରୁଙ୍କ ପ୍ରଶଂସକମାନେ ଏହି ଫଟୋ ଉପରେ ଖୁବ୍ କମେଣ୍ଟ ଦେଇଛନ୍ତି ଏବଂ ଋଷଭଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିଲେ।
ଗୁରୁ ରାନ୍ଧୱା ଇନଷ୍ଟାଗ୍ରାମରେ ଫଟୋ ସହିତ ଏକ ହୃଦୟସ୍ପର୍ଶୀ କ୍ୟାପସନ୍ ଲେଖିଛନ୍ତି । ଋଷଭ ଭାଇଙ୍କୁ ଅଧିକ ରକଭରି ଦେଖି ଅତ୍ୟନ୍ତ ପ୍ରତିଦିନ ଅଭିବୃଦ୍ଧି। ଲଭ ୟୁ ଭାଇ । ଗୁରୁ ରାନ୍ଧୱାଙ୍କର ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ପ୍ରଶଂସକମାନେ ଋଷଭଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ପୋଷ୍ଟରେ ଜଣେ ୟୁଜର୍ସ ଲେଖିଛନ୍ତି ଖେଳକୁ ଜଲଦି ଫେରି ଆସ, ଶୀଘ୍ର ସୁସ୍ଥ ହୁଅନ୍ତୁ।
ଉଲ୍ଲେଖନୀୟ କଥା ହେଉଛି, ୩୦ ଡିସେମ୍ବରରେ ଦିଲ୍ଲୀରୁ ଦେହରାଡୁନ୍ ଯାଉଥିବା ରାଜପଥରେ ଋଷଭଙ୍କର ଏକ ଦୁର୍ଘଟଣା ଘଟିଥିଲା। ଋଷଭଙ୍କ କାରରେ ନିଆଁ ଲାଗିଯାଇ ସେ ଗୁରୁତର ଆହତ ହୋଇଥିଲେ। ବର୍ତ୍ତମାନ କ୍ରିକେଟ୍ ଠାରୁ ଏକ ଦୀର୍ଘ ବିରତିରେ ଅଛନ୍ତି। ସେ ତାଙ୍କ ପୁନରୁଦ୍ଧାର ବିଷୟରେ ପ୍ରଶଂସକମାନଙ୍କୁ ଅବଗତ କରାଉଛନ୍ତି।