ଶରଣାର୍ଥୀରୁ ନୋବେଲ୍‌ ବିଜେତା, ଜାଣନ୍ତୁ କାହିଁକି ଗୁରନାହଙ୍କୁ ମିଳିଲା ନୋବେଲ୍‌

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ, ୦୭/୧୦: ଚଳିତ ବର୍ଷ ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ବିଜେକା ହୋଇଛନ୍ତି  ଉପନ୍ୟାସକାର  ଅବ୍‌ଦୁଲ୍‌ ରାଜକ ଗୁରନାହ । ସ୍ୱିଡିସ୍‌ ଏକାଡେମୀ ଏହି ପୁରସ୍କାର ଘୋଷଣା କରି କହିଛି ଯେ, ଗୁରନାହ ନିଜ ଲେଖା ଜରିଆରେ ଉପନିବେସବାଦର ପ୍ରଭାବ, ସଂସ୍କୃତିକୁ ନେଇ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି । ଶରଣାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ତାଙ୍କର ପ୍ରଚେଷ୍ଟା ଏବଂ କରୁଣାମୟ ଲେଖା ବିଶ୍ୱବାସୀଙ୍କ ହୃଦୟରେ ଏକ ଦୟା ପ୍ରବଣତାର ଭାବ ସୃଷ୍ଟି କରିପାରିଛି ।  

ସାହିତ୍ୟରେ ନୋବେଲ୍‌ ବିଜିତା ଗୁରନାହ ୧୦ଟି ଉପନ୍ୟାସ ଏବଂ କେତେକ ଛୋଟ ଛୋଟ କାହାଣୀ ଲେଖିଛନ୍ତି । ତାଙ୍କର ଲେଖାରେ ଶରାଣାର୍ଥୀଙ୍କ ସମସ୍ୟା ପ୍ରଧାନ ରହୁଥିବା ବେଳେ ଏହାକୁ ବେଶ୍ ହୃଦୟଙ୍ଗମ କରିହୁଏ ।  ସେ ଇଂରାଜୀରେ ୨୧ ବର୍ଷ ବୟସରୁ ଲେଖା ଆରମ୍ଭ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ତାଞ୍ଜାନିଆର ସ୍ୱାହିଲୀ ଭାଷାରେ ଲେଖିବା ଆରମ୍ଭ କରିଥିଲେ । ପରେ ଇଂରାଜୀ ଲେଖାର ମଧ୍ୟମ ହୋଇଥିଲା ।  ଗୁରନାହଙ୍କ ଜନ୍ମ ୧୯୪୮ ମସିହାରେ ହୋଇଥିଲା । ସେ ଜାଞ୍ଜିବାର ଦୀପରେ ବଢ଼ିଥିଲେ । ହେଲେ ୧୯୬୦ ଦଶକର ଶେଷ ଆଡ଼କୁ ସେ ଶରଣାର୍ଥୀ ଭାବେ ଇଂଲଣ୍ଡକୁ ଚାଲିଆସିଥିଲେ । ଅବସର ପର୍ଯ୍ୟନ୍ତ ସେ କେଣ୍ଟ ବିଶ୍ୱବିଦ୍ୟାଳୟ, କେଣ୍ଟରବରୀରେ ଇଂରାଜୀ ଏବଂ ଉତ୍ତର ଉପନିବେଶିକ ସାହିତ୍ୟର ପ୍ରଫେସର ରହିଥିଲେ ।

ଲୁଇସ୍ ଗ୍ଲକଙ୍କୁ ୨୦୨୦ରେ ସାହିତ୍ୟ ପାଇଁ ନୋବେଲ ପ୍ରଦାନ କରାଯାଇଥିଲା-

୨୦୨୦ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ଆମେରିକୀୟ କବି ଲୁଇସ୍ ଗ୍ଲକ୍‌ଙ୍କୁ ପ୍ରଦାନ କରାଯାଇଥିଲା। ଲୁଇସ୍ ୟେଲ୍ ବିଶ୍ୱବିଦ୍ୟାଳୟର ଇଂରାଜୀ ପ୍ରଫେସର । ସେ ୧୯୪୩ ମସିହାରେ ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର କବିତାଗୁଡ଼ିକ ପ୍ରାୟତ ପିଲାଦିନ, ପାରିବାରିକ ଜୀବନ, ​​ପିତାମାତା ଏବଂ ଭାଇଭଉଣୀଙ୍କ ସହିତ ଘନିଷ୍ଠ ସମ୍ପର୍କ ଉପରେ ଧ୍ୟାନ ଦେଇଥାଏ । ଏହି ପୁରସ୍କାର

୨୦୧୯ରେ ପିଟର ହ୍ୟାଣ୍ଡକାଙ୍କୁ ଦିଆଯାଇଥିଲା ନୋବେଲ୍‌

୨୦୧୯ରେ, ଅଷ୍ଟ୍ରିଆରେ ଜନ୍ମିତ ଲେଖକ ପିଟର ହ୍ୟାଣ୍ଡକାଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ଅଭିନବ ଲେଖା ଏବଂ ଭାଷାରେ ସର୍ବଶେଷ ପରୀକ୍ଷଣ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା | ଏଥି ସହିତ, ସାହିତ୍ୟର ୨୦୧୮ ନୋବେଲ ୫୭ ବର୍ଷିୟ ପୋଲାଣ୍ଡ ଲେଖକ ଟୋକାର୍କୁଙ୍କୁ ‘ଜୀବନର ସୀମା ବାହାରେ’ ଏକ କାହାଣୀ ଦୃଷ୍ଟିକୋଣ ସୃଷ୍ଟି କରି ପୁରସ୍କୃତ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.