ଦ୍ଵିତୀୟ ଥର ମା'ହେବେ ଦେବିନା ବାନାର୍ଜୀ, ୪ମାସ ତଳେ ଦେଇଥିଲେ କନ୍ୟା ସନ୍ତାନକୁ ଜନ୍ମ

Published By : Prameya-News7 Bureau | August 17, 2022 IST

ମୁମ୍ଵାଇ ୧୭।୦୮: ଦେବିନା ବାନାର୍ଜୀ ଏବଂ ଗୁରୁମିତ ଚୌଧୁରୀ ପୁଣି ଥରେ ପିତାମାତା ହେବାକୁ ଯାଉଛନ୍ତି। ନିକଟରେ ଝିଅ ଲିଆନାଙ୍କୁ ଜନ୍ମ ଦେଇଥିଲେ। ଝିଅ ଜନ୍ମର ୪ମାସ ପରେ ପୁଣି ଥରେ ଗୁଡନ୍ୟୁଜ୍‌ ଦେବାକୁ ଯାଉଛନ୍ତି।  ଏନେଇ ସେ ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଥିଲେ। ଏହି ପୋଷ୍ଟ ସହିତ ତାଙ୍କ ପରିବାର ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି ହ୍ୟାସଟ୍ୟାଗ ଦିଆଯାଇଛି। ବିବାହର ୧୧ ବର୍ଷ ପରେ, ଦେବିନା ବହୁତ ଅସୁବିଧା ପରେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ । ତାଙ୍କ ଗର୍ଭଧାରଣରେ ଅନେକ ଜଟିଳତା ଦେଖାଦେଇଥିଲା ।

wp:html
/wp:html

ଦେବିନା ମଙ୍ଗଳବାର ଅର୍ଥାତ୍‌ ଗତକାଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସହିତ ଗୁଡନ୍ୟୁଜ୍ ସେୟାର କରିଛନ୍ତି। ଫଟୋରେ ଗୁରୁମିତ ଗୋଟିଏ ହାତରେ ଝିଅ ଲିଆନାକୁ ଧରିଥିବା ବେଳେ ଅନ୍ୟ ହାତରେ ପତ୍ନୀ ଦେବିନାଙ୍କୁ ଆଲିଙ୍ଗନ କରୁଛନ୍ତି। ସେହି ସମୟରେ ଦେବିନାଙ୍କ ଦୁଇ ହାତରେ ସୋନୋଗ୍ରାଫି ରିପୋର୍ଟ ଦେଖାଉଛନ୍ତି ।

ପୋଷ୍ଟରେ ଲେଖିଛନ୍ତି ଯେ କିଛି ଜିନିଷର ସମୟ ଇଶ୍ବରଙ୍କ ଦ୍ୱାରା ଗଢା ହୋଇଛି । ଆମେ ଏହାକୁ ପରିବର୍ତ୍ତନ କରିପାରିବୁ ନାହିଁ ... ଏହା ଏକ ଆଶୀର୍ବାଦ ଅଟେ ... ହ୍ୟାସଟ୍ୟାଗରେ ସେ ଲେଖିଛନ୍ତି, ବେବି ନମ୍ବର-୨, ପୁଣି ମମି, ପୁଣି ବାପା। ଟିଭିର ଏହି ପାୱାର୍ କପଲ୍‌ଙ୍କ ଫଟୋ ଦେଖି ତାଙ୍କ ପ୍ରଶଂସକମାନେ ଖୁବ୍‌ ଶୁଭେଚ୍ଛା ଜଣାଉଛନ୍ତି। ଚଳିତ ବର୍ଷ ଏପ୍ରିଲ୍ ୩ ରେ ଏକ ସୁନ୍ଦର ଝିଅ ଜନ୍ମ ଦେଇଥିଲେ । ୪ ମାସ ପରେ, ଗୁରୁମିତ ଏବଂ ଦେବିନା ପୁଣି ଥରେ ପିତାମାତା ହେବାକୁ ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.