ବିଚାରପତିଙ୍କ ପତ୍ନୀ ଏବଂ ପୁଅକୁ ଗୁଳିମାଡ ଘଟଣା ; ଚିକିତ୍ସାଧିନ ଅବସ୍ଥାରେ ବିଚାରପତିଙ୍କ ପୁଅ ଧ୍ରୁବଙ୍କର ମୃତ୍ୟୁ

Published By : Prameya-News7 Bureau | October 23, 2018 IST

ଗୁରୁଗ୍ରାମ ୧୭।୧୦: ଗୁରୁଗ୍ରାମରେ ବିଚାରପତିଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଗୁଳିମାଡରେ ଗୁରୁତର ଆହତ ହୋଇଥିବା ବିଚାରପତି କୃଷ୍ଣ କାନ୍ତଙ୍କ ପୁଅ ଧ୍ରୁବଙ୍କର ଆଜି ମୃତ୍ୟୁ ହୋଇଛି । ଅକ୍ଟାେବର ୧୩ତାରିଖରେ ବିଚାରପତିଙ୍କ ପତ୍ନୀ ଏବଂ ପୁଅକୁ ଗୁଳି କରିଥିଲେ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ । ତେବେ ବିଚାରପତିଙ୍କ ପତ୍ନୀ ରିତୁଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ପୁଅ ଧ୍ରୁବଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ସୂଚନା ଅନୁସାରେ ଗୁରୁଗ୍ରାମ ସେକ୍ଟର ୪୯ ସ୍ଥିତ ଆର୍କଡିଆ ମାର୍କେଟର ଜନଗହଳିପୂର୍ଣ୍ଣ ସ୍ଥାନରେ ଗତ ୧୩ତାରିଖ ଦିନ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି କୃଷ୍ଣକାନ୍ତଙ୍କ ପତ୍ନୀ ଋତୁ (୪୫) ଏବଂ ପୁଅ ଧ୍ରୁବ (୧୬) ସପିଂ ପାଇଁ ଯାଇଥିବାବେଳେ ମହିପାଲ ସେମାନଙ୍କୁ ଗୁଳିମାଡ କରିଥିଲା । ପରେ ଅଭିଯୁକ୍ତ ସୁରକ୍ଷାକର୍ମୀ ମହିପାଲକୁ ପୁଲିସ ଗିରଫ କରିଥିଲା। ପୋଲିସ ତଦନ୍ତ ବେଳେ ଅଭିଯୁକ୍ତ ମହିପାଲ ଗୁଳିକାଣ୍ଡ ଘଟାଇବା ପୂର୍ବରୁ ସୋସିଆଲ ମିଡିଆରେ ରହସ୍ୟମୟ ପୋଷ୍ଟ କରିଥିବା ଜଣାପଡିଥିଲା । ଗୁଳିକାଣ୍ଡ ପୂର୍ବ ଦିନ ରାତିରେ ମହିପାଲ କାଗଜରେ ବିନ୍ଦୁ କରି କିଛି ଲେଖିଥିଲା । ମାତ୍ର ତାଙ୍କୁ ପରେ ପେନ୍ ରେ କାଟିଦେଇଥିଲା । ପୋଲିସ ଏହାକୁ ରେକର୍ଡ କରିନେଇଥିଲା । ପୋଲିସ ଏହି ଲେଖାରୁ ପତ୍ତା କରିବା ପାଇଁ ଚେଷ୍ଟା କରୁଛି । ମହିପାଲ କିଛି ଦିନ ପୂର୍ବରୁ ଜଣେ ଧର୍ମ ପରିବର୍ତ୍ତନକାରୀଙ୍କ ସଂସ୍ପର୍ଶରେ ଥିବା ମଧ୍ୟ ଜଣାପଡିଛି । ମହିପାଲ ଦେଢବର୍ଷ ହେବ ବିଚାରପତିଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଭାବେ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.