ଗୁପକାରରେ ଫାଟ: ଜାମ୍ମୁ କାଶ୍ମୀରରେ ସମସ୍ତ ୯୦ଟି ଆସନରେ ଏକା ଲଢ଼ିବ ନ୍ୟାସନାଲ କନଫେରେନ୍ସ
25/08/2022 at 12:29 AM

ଶ୍ରୀନଗର ୨୪/୦୮: ଏଥର ଜମ୍ମୁ କାଶ୍ମୀରରେ ଆଗାମି ବିଧାନ ସଭା ନିର୍ବାଚନରେ ନ୍ୟାସନାଲ କନଫେରେନ୍ସ ଦଳ ଏକା ଲଢ଼ିବ। ବୁଧବାର ଏନେଇ ଦଳ ଘୋଷଣା କରିଛି। ଦଳ କହିଛି ଭବିଷ୍ୟତରେ ଯେବେବି ଜାମ୍ମୁ କାଶ୍ମୀରରେ ନିର୍ବାଚନ ହେବ ନ୍ୟାସ୍ନାସ କନଫେରେନ୍ସ ସମସ୍ତ ୯୦ ଟି ଆସନରେ ଏକା ଲଢ଼ିବ। ଏହା ସହିତ ନ୍ୟାସନାଲ କନଫେରେନ୍ସ ଗୁପକାର ଦଳରୁ ଓହରି ଯିବା ନେଇ ସ୍ପଷ୍ଟ କରିଛି।
ପାଞ୍ଚଟି ରାଜନୈତିକ ଦଳ ନ୍ୟାସନାଲ କନଫେରେନ୍ସ,, ପିଡିପି, ଅବାମି ନ୍ୟାସନାଲ କନଫେରେନ୍ସ,, ମାର୍କସବାଦି କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମିଶି ୩୭୦ ଧାରାକୁ ପୁଣିଥରେ ସକ୍ରିୟ କରିବା ପାଇଁ ପିପୁଲ ଆଲାଏନସ୍ ଗୁପକାର ଦଳ ଗଠନ କରିଥିଲେ। ଏହି ଦଳ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ଏକାଠି ହୋଇ ନିର୍ବାଚନ ଲଢ଼ିଥିଲା, ଯେଉଁଥିରେ ସଜ୍ଜାଦ ଗନି ଲୋନଙ୍କର ଅଧ୍ୟକ୍ଷତା ଥିବା ଦଳ ନ୍ୟାସନାଲ କନଫେରେନ୍ସ ଏକ କଣ୍ଟା ସଦୃଶ୍ୟ ଥିଲା। ଜମ୍ମୁ କାଶ୍ମୀରରେ ନ୍ୟାସନାଲ କନଫେରେନ୍ସ ବୁଧବାର ଅନେକ ଟୁଇଟ୍ କରି ପିଏଜିଡିର କିଛି ସଦସ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ଭାଷଣକୁ ଟାର୍ଗେଟ କରିଥିଲା।
ପାର୍ଟିର ଅଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କ ସଭାପତିତ୍ୱରେ ହୋଇଥିବା ବୈଠକ ପରେ ନ୍ୟାସନାଲ କନଫେରେନ୍ସ କହିଛିଯେ ବୈଠକରେ ଯୋଗଦେଇଥିବା ସଦସ୍ୟମାନେ ଜାମ୍ମୁକାଶ୍ମୀର ନ୍ୟାସନାଲ କଫେରେନ୍ସ ବିରୋଧରେ କିଛି ସଦସ୍ୟମାନଙ୍କ ଦ୍ୱାରା କରାଯାଇଥିବା ବୟାନ୍ବାଜି, ଅଡ଼ିଓ ଏବଂ ଭାଷଣରେ ନିରାଶା ପ୍ରକାଶ କରିଛନ୍ତି।
ଅନ୍ୟ ଏକ ଟୁଇଟ୍ ଅନୁସାରେ କୁହାଯାଇଛିଯେ ‘’ପ୍ରୋବିଙ୍ଗସିୟଲ କମିଟିର ସଦସ୍ୟମାନଙ୍କର ସମ୍ମତି କ୍ରମେ ଘୋଷିତ ହେଲାଯେ ଜେକେଏନସିକୁ ପ୍ରସ୍ତୁତ ହୋଇ ସମସ୍ତ ୯୦ ଆସନରେ ନିର୍ବାଚନ ଲଢ଼ିବା ଆବଶ୍ୟକ’’।
Only way to protect J&Ks identity is to first register, and cast your vote in huge numbers: @OmarAbdullah to people.
— JKNC (@JKNC_) August 24, 2022
Provincial Committee members unanimously resolved that JKNC should prepare and fight all 90 seats. pic.twitter.com/dhS9fYKYBS
ଏନେଇ ପିଡିପିର ମୁଖ୍ୟ ପ୍ରବକ୍ତା ସୁହୋଲ୍ ବୁଖାରି କହିଛନ୍ତିଯେ ନିର୍ବାଚନ ଲଢ଼ିବା ତାଙ୍କ ଦଳ ଏବଂ ପିଏଜିଡି ଗଠନର ମୂଲ ଲକ୍ଷ ନଥିଲା।