LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

DDC ନିର୍ବାଚନ ନେଇ ବଡ଼ ଘୋଷଣା, ମିଳିତ ଲଢିବେ ଗୁପକାର ସହଯୋଗୀ

7/11/2020 at 7:13 PM

ଜମ୍ମୁ ୭।୧୧: ଗୁପକାର ଘୋଷଣାର ସହଯୋଗୀ ଦଳମାନେ ଶନିବାର ଜମ୍ମୁ-କାଶ୍ମୀର ବିକାଶ ପରିଷଦ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେମାନେ ରାଜ୍ୟରେ ହେବାକୁ ଯାଉଥିବା ଆଗାମୀ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ ନଭେମ୍ବର ୨୮ରୁ ହେବାକୁ ଯାଉଥିବା ଏହି ନିର୍ବାଚନକୁ ସେମାନେ ମେଣ୍ଟ ହୋଇ ଲଢିବେ ବୋଲି ନିଷ୍ପତ୍ତି ନେଇଛନ୍ତି।   

ଜମ୍ମୁ-କାଶ୍ମୀର ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ଫାରୁକ ଅବଦୁଲ୍ଲାଙ୍କ ଘରେ ଶନିବାର ଦିନ ତମାମ ଗୁପକାର ଘୋଷଣାନାମାର ସହଯୋଗୀ ଦଳମାନେ ବିତାଇ ଥିଲେ। ଜମ୍ମୁରୁ ଆସିଥିବା ପ୍ରତିନିଧି ମଣ୍ଡଳ ମଧ୍ୟ ଏହି ଅବସରରେ ଗୁପକାର ଘୋଷଣାର ସହଯୋଗୀଙ୍କୁ ଭେଟିଥିଲେ। ବୈଠକ ପରେ ମେଣ୍ଟ ମୁଖପାତ୍ର ସଜ୍ଜାଦ ଅହମ୍ମଦ ଲୋନ୍‌ ଗଣମାଧ୍ୟମକୁ ଭେଟିଥିବା ବେଳେ ଗୁପକାର ଘୋଷଣାନାମାର ସହଯୋଗୀମାନେ ନିର୍ବାଚନ ଲଢିବାକୁ ମନସ୍ତ କରିଥିବା କହିଥିଲେ।

ସେ କହିଥିଲେ ଯେ ବୈଠକର ନିଷ୍ପତ୍ତି ଅନୁସାରେ ସହଯୋଗୀ ଦଳମାନେ ମେଣ୍ଟ ହୋଇ ନିର୍ବାଚନକୁ ଓହ୍ଲାଇବେ। ଏଥିଲାଗି ଡା. ଫାରୁକ ଅବଦୁଲ୍ଲା ମେଣ୍ଟର ପ୍ରତ୍ୟାସୀଙ୍କ ନାମ ଘୋଷଣା କରିବେ।  ଦିନ ତମାମ ବୈଠକ ବେଳେ ଜମ୍ମୁରୁ କେତେକ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ସେମାନେ ଗୁପକାର ମେଣ୍ଟ ପ୍ରତି ସେମାନଙ୍କ ସମର୍ଥନ ମଧ୍ୟ ଜଣାଇଥିବା  ଲୋନ ଗଣମାଧ୍ୟମକୁ କହିଛନ୍ତି।

   Related Posts