ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ରଜକୁ ସ୍ପେଶାଲ କରିବ ଗୁପ୍ ଚୁପ୍ ପାନ, ମହାରାଷ୍ଟ୍ର ଓ ଝାନ୍‌ସୀରୁ ଆସିଛି ମସଲା

13/06/2022 at 10:04 AM

ଭୁବନେଶ୍ୱର ୧୩/୦୪: ରଜରେ ପାନର ଥାଏ ସ୍ଥାନ ସ୍ୱତନ୍ତ୍ର । ପାନ ବିନା ମସଲାଦାର ହୋଇପାରେନା ରଜ ମଉଜ । ଚଳିତବର୍ଷ ଦୋକାନ ବଜାର ଖୋଲା ରହିଥିବାରୁ ସମସ୍ତଙ୍କୁ ମନ ପସନ୍ଦର ଭଳିକି ଭଳି ପାନ ମିଳିବ । ରଜରେ ପାନର ଚାହିଦାକୁ ଦୃଷ୍ଟିରେ ରଖି ସହିଦନଗର ଲିଟୁ ଏସି ପାନ୍‌ ସପ୍‌ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି ।

ପାନ ପାଇଁ ସ୍ୱତନ୍ତ୍ର ମସଲା ମହାରାଷ୍ଟ୍ର ଓ ଝାନ୍‌ସୀରୁ ମଗାଇଛନ୍ତି । ତାଙ୍କ ସପ୍‌ରେ ଗୁପଚୁପ୍‌ ପାନ(୫୦ଟଙ୍କା), ଲିଟିଲ୍‌ ସ୍ପେଶାଲ ପାନ(୫୦୦ ଟଙ୍କା), ରଜୁଆଡି (୧୦୦ଟଙ୍କା), କେଶର କସ୍ତୁରୀ(୪୦୦ ଟଙ୍କା), ପାଇନାପଲ ପାନ, ରୟାଲ ଗୁଲାବ(୩୦୦), ରୟାଲ କେଓଡା(୨୦୦), ବମ୍ବେ ପାନ, ଖଜୁରୀ ପାନ, ଗୁପଚୁପ୍‌ ପାନ, କେଶର ମସଲା ପାନ, ବ୍ଲୁବେରୀ ପାନ, ଆଇସ ପାନ ଓ ଫାୟାର ପାନ(୮୦ଟଙ୍କା), ଲଡୁ ପାନ (୩୦ଟଙ୍କା) ରହିିଛି ।

୩୨ବର୍ଷ ହେଲା ପାନ ସପ୍‌ ଖୋଲିଥିବା ଲିଟୁ କୁହନ୍ତି, ଆମ ପାନ ଖାଇଲେ ଖଦଡା ବାହାରକୁ କାଢ଼ିବାକୁ ପଡ଼ିବନି । ଥରେ ପାନ ପାଟିରେ ପୂରାଇଲେ ପ୍ରତି ଥର ଅଲଗା ଅଲଗା ସ୍ୱାଦ ମୁହଁରେ ବାଜିବ । ଆମ ସପ୍‌ରେ ୫୦ଟଙ୍କାରୁ ଆରମ୍ଭ ହୋଇ ୧୧୦୦୦ ଟଙ୍କା(ସୁହାଗରାତ ପାନ) ଯାଏ ପାନ ରହିଛି । ଏଥର ରଜ ପାଇଁ ସ୍ପେଶାଲ ଗୁପଚୁପ୍‌ ପାନ ମାର୍କେଟରେ ଚାଲିବ ।

ଗୁପ୍‌ଚୁପ୍‌ ଭିତରେ ବିିଭିନ୍ନ ପ୍ରକାରର ପାନ ମସଲା ପୂରାଇ ଏହାକୁ ପ୍ରସ୍ତୁତ କରାଯାଉଛି । ଥରେ ପାଟିରେ ପୂରାଇବା ପରେ ଗୁପ୍‌ଚୁପ୍‌ ଫ୍ଲେବର ସହ ପାନ ମସଲା ସ୍ୱାଦକୁ ଦ୍ୱିଗୁଣିତ କରାଇବ । ଏହି ପାନର ଦାମ୍‌ ରହିଛି ୫୦ଟଙ୍କା । ରଜ ଲାଗି ଏହି ପାନ ଏବେଠାରୁ ବରାଦ ଦିଆଗଲାଣି । କିଛି ଲୋକ ପାନ ଖାଇବା ଲାଗି ହଠାତ୍‌ ମନ କରିଥାନ୍ତି, ସେମାନଙ୍କ ଲାଗି ଅନ୍‌ଲାଇନ୍‌ ବ୍ୟବସ୍ଥା ରହିଛି ।

ରଜ ତିନି ଦିନ ୧୦ହଜାରରୁ ଅଧିକ ବେପାର କରିବାକୁ ଆଶା ରଖିଛନ୍ତି । ସକାଳ ୯ରୁ ୧୧.୩୦ ଯାଏ ପାନ ମିଳିବ । ଖାଲି ସେତିକି ନୁହେଁ, ଚକୋଲେଟ୍‌, ଅରେଞ୍ଜ, ମ୍ୟାଙ୍ଗୋ ଫ୍ଲେଭର ସହ ଖସାଖସ୍‌ ପାନ, ଷ୍ଟ୍ରବେରୀ ପାନ, ଚକୋଇସ୍‌ ପାନ ଚାହିଦା ବହୁତ ରହିଛି । ରଜ ଲାଗି ଏସ୍‌ପ୍ଲାନେଡରେ ପାନ ଷ୍ଟଲ ପଡ଼ିବ । ଲିଟୁ ସପ୍‌ ମହାରାଷ୍ଟ୍ରରୁ ଦୁଇ ସ୍ୱତନ୍ତ୍ର ପିଲାଙ୍କୁ ଡାକି ପାନ ପରଷିବ ଲୋକଙ୍କୁ ।

   Related Posts