Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

୨୦ ହଜାର ଟଙ୍କା ପକେଟ୍ ମନିରେ ଓଡିଆ ଯୁବକ ତିଆରି କଲେ ହିନ୍ଦି ସିନେମା ‘ବଳିଦାନ’

21/08/2019 at 5:00 PM

ଗୁଣୁପୁର ୨୧।୮: କୋଡିଏ ହଜାର ଟଙ୍କାରେ ହିନ୍ଦୀ ସିନେମା ନିର୍ମ।ଣ । କଥାଟା ବିଶ୍ବାସ ଲାଗୁନଥିଲେ ମଧ୍ୟ ସତ । ଭରପୁର ଦେଶଭକ୍ତିର ଛାପ ଓ ସୀମାନ୍ତରେ ଭାରତୀୟ ଜବାନମାନଙ୍କ ବଳିଦାନ ଉପରେ ଆଧାରିତ ହୋଇଛି ଏହି କ୍ଷୁଦ୍ର ସିନେମା ।

ରାୟଗଡା ଜିଲ୍ଲା ଗୁଣୁପ ଅଞ୍ଚଳର ୨୦ ବର୍ଷରୁ କମ୍ ୨୨ଜଣ ଯୁବକ ମିଶି ଏହି ସିନେମାର ରୂପ ଦେଇଛି । ଏଥିପାଇଁ ସେମାନଙ୍କ ପକେଟ ଖର୍ଚ୍ଚ ଅର୍ଥ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏହି ସିନେମା ଏବେ ସୋସିଆଲ ମିଡିଆ ଦର୍ଶକମାନଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି ।

ଜିରୋ କ୍ରିଏସନ ବ୍ୟାନରରେ ବଲିଦାନ ସିନେମା ତିଆରି ହୋଇଛି । ଏହି ସିନେମାର ସୁଟିଂ ଠାରୁ ଏଡିଟିଂ ଓ ଭଏସ ଓଭରଠାରୁ ସମସ୍ତ ଜିନିଷ ଗୁଣୁପୁରରେ ହୋଇଥିବା ବେଳେ ସ୍ଥାନୀୟ ଯୁବକମାନେ ସବୁ କାମ କରିଛନ୍ତି । ଏଥିରେ ଦେଶପ୍ରେମ ବିଷୟରେ ଦର୍ଶାଯାଇଛି ।

ଲିଭିଂଷ୍ଟୋନ ନାମକ ସ୍ଥାନୀୟ ଯୁବକ ଏହି ସିନେମା ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ  । ମନୋରଞ୍ଜନ ପାଢୀ ନାମକ ଯୁବକ ଏହି ସିନେମାର କାହାଣୀ ଲେଖିଛନ୍ତି । ଲିଭିଂଷ୍ଟୋନ ଓ ନିତେଶ ନିଜର ପକେଟ ମନି ଏହି ସିନେମା ପାଇଁ ଖର୍ଚ୍ଚ କରିଛନ୍ତି । ନିଜ ଉଦ୍ୟମରେ ସୁଟିଂଠାରୁ ଫାଇନାଲ ଏଡିଟିଂ ପର୍ଯ୍ୟନ୍ତ କାମ ଏହି ଯୁବକମାନେ କରିଛନ୍ତି । ବଳିଦାନ କ୍ଷୁଦ୍ର ଚଳଚ୍ଚିତ୍ର  ସାମାଜିକ ଗଣମାଧ୍ୟମରେ ଆଦୃତ ହେବା ସହ ପ୍ରଶଂସା ସାଉଁଟୁଛି ।

   Related Posts