Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଫୁଟବଲ ଷ୍ଟାର ଲିଓନେଲ୍ ମେସିଙ୍କୁ ଧମକପୂର୍ଣ୍ଣ ଚିଠି; ମେସି ଆମେ ତୁମ ଅପେକ୍ଷାରେ…

3/03/2023 at 11:42 AM

ବୁଏନୋସ୍ ଆଇରେସ୍: ବିଶ୍ୱର କିମ୍ବଦନ୍ତୀ ଆର୍ଜେଣ୍ଟିନା ଫୁଟବଲ ଷ୍ଟାର୍ ଲିଓନଲ ମେସିଙ୍କୁ ଧମକ। ବାଇକ୍‌ରେ ଆସି ଆଖିବୁଜା ଗୁଳି ଚଳାଇଲେ। ଏହାପରେ ମେସିଙ୍କ ନାଁରେ ଏକ ଧମକପୂର୍ଣ୍ଣ ଚିଟି ଛାଡ଼ିଗଲେ। ଆର୍ଜେଣ୍ଟିନା ରାଜଧାନୀ ବୁଏନୋସ୍ ଆଇରେସରୁ ଉତ୍ତରପଶ୍ଚିମା ଦେଇ ୩୨୦ କିମି ଦୂର ରୋସାରିଓ ସହରରେ ଏଭଳି ଘଟଣା ଘଟିଛି।

ରୋସାରିଓ ହେଉଛି ମେସିଙ୍କ ଜନ୍ମସ୍ଥାନ। ଏଠାରେ ତାଙ୍କ ପତ୍ନୀ ଆଣ୍ଟୋନେଲା ପରିବାର ଏକ ସୁପରମାର୍କେଟ୍‌ର ପ୍ରାଞ୍ଚାଇଜ୍‌ ଚଳାଉଛନ୍ତି। ଗୁରୁବାର ଭୋର ୩ଟା ସମୟରେ ମେସିଙ୍କ ପରିବାର ଚଳାଉଥିବା ସୁପରମାର୍କେଟ୍‌ରେ ଏହି ଗୁଳିକାଣ୍ଡ ହୋଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଦଇଜଣ ବ୍ୟକ୍ତି ବାଇକ୍‌ରେ ଆସି ସୁପରମାର୍କେଟ୍‌ ବାହାରେ ଧୁଆଁଦାର ଗୁଳିମାଡ଼ କରିଥିଲେ। ୧୪ ଥର ଗୁଳି ଚଲାଇବା ପରେ ମେସିଙ୍କ ନାଁରେ ଏକ ଚିଠି ଛାଡ଼ିଯାଇଥିଲେ।

ଯେଉଁଥିରେ ଲେଖାଥିଲା ମେସି ଆମେ ତୁମ ଅପେକ୍ଷା ରହିଛୁ। ଜାଭକିନ ନିଜେ ଜଣେ ଡ୍ରଗ୍ସ ତସ୍କର। ତେଣୁ ସେ ତୁମକୁ ରକ୍ଷା କରିପାରିବେନି। ତେବେ ସୌଭାଗ୍ୟର କଥା ଯେ ଏହି ଗୁଳିକାଣ୍ଡରେ କାହାର କିଛି କ୍ଷତି ହୋଇ ନାହିଁତେବେ ଫାଇରିଂ କରିଥିବା ଲୋକେ କିଏ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ପୁଲିସ ତଦନ୍ତ ଆରମ୍ଭ କରିଛି।  

   Related Posts