ଚିଲିକାରେ ଶୁଭିଲା ବନ୍ଧୁକ ଗର୍ଜନ: ହେଉଥିଲା ବିଦେଶୀ ପକ୍ଷୀଙ୍କ ଶିକାର
5/05/2020 at 10:22 PM

ଟାଙ୍ଗୀ୫/୫: ଚିଲିକାରେ ଶୁଭିଲା ବନ୍ଧୁକ ଗର୍ଜନ , ହେଉଥିଲା ବିଦେଶୀ ପକ୍ଷୀଙ୍କ ଶିକାର।, ୧୯ ଟି ମୃତ ବିଦେଶୀ ପକ୍ଷୀ ଜବତ ହୋଇଥିବବେଳେ ୨ ଶିକାରୀ ଗିରଫ । ବନ୍ଧୁକ ମୁନରେ ଚାଲିଥିଲା ବିଦେଶୀ ପକ୍ଷୀଙ୍କ ଶିକାର । ମାଡି ବସିଲା ଟାଂଗୀ ବନ୍ୟ ପ୍ରାଣୀ ବିଭାଗ , ବନ୍ଧୁକ , ଜୀବନ୍ତ ଗୁଳି , ଛୁରୀ , ଗନ୍ ପାଉଡର୍ , ବାଇକ୍ ଓ ମୋବାଇଲ ଜବତ ହୋଇଛି । ଟାଂଗୀ ରେଂଜ ସୋରଣ ଚିଲିକା କୂଳରେ ବନ୍ଧୁକ ଗର୍ଜନ ଶୁଣିବା ପରେ ଟାଂଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଅତର୍କିତ ଚଢ଼ାଉ କରିଥିଲେ । ସେତେବେଳେ ଶିକାରୀ ମାନେ ନିଷ୍ପାପ ବିଦେଶୀ ପକ୍ଷୀଙ୍କୁ ଶିକାର କରି ଫେରୁଥିବା ବେଳେ ଧରାପଡି ଯାଇଛନ୍ତି । ଶିକାରୀ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଟାଂଗୀ ରେଂଜର କହିଛନ୍ତି ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023