ଅଟୋ ରିକ୍ସାରୁ ଜବତ ହେଲା ଦେଶୀ ବନ୍ଧୁକ ସହ ୨ ଜୀବନ୍ତ ବୋମା, ଚାଳକକୁ ଗିରଫ କଲା ପୋଲିସ

Published By : Prameya-News7 Bureau | March 09, 2025 IST

କଟକ: ଅଟୋ ରିକ୍ସାରୁ ଜବତ ହେଲା ଦେଶୀ ବନ୍ଧୁକ ସହ ୨ ଜୀବନ୍ତ ବୋମା। ଶନିବାର ଅପରାହ୍ନରେ କଟକ ମର୍କତ ନଗର ଥାନା ପୋଲିସ, ସେକ୍ଟର ୯ରେ ଏକ ଅଟୋକୁ ଅଟକାଇ ସର୍ଚ୍ଚ କରିଥିଲା ପୋଲିସ। ସର୍ଚ୍ଚରୁ ଅଟୋରେ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି  ଓ ଦୁଇଟି ବୋମା ମିଳିଥିଲା। ଯାହାକୁ ଜବତ କରିବା ସହ ଅଟୋ ଚାଳକ ଏସକେ ସନାକୁ ଗିରଫ କରିଛି ପୋଲିସ। 

ଜଣାପଡ଼ିଛି ଅଟୋ ଡ୍ରାଇଭର ଜଣେ ପେଶାଦାର ଅପରାଧୀ । ତା’ର ଘର ସତିଚୌରା ଇମାମ ପଡ଼ା ବସ୍ତିରେ। ସନା ନାଁରେ ପୂର୍ବରୁ ୧୧ ଟି ଅପରାଧିକ ମାମଲା ରହିଛି। ତେବେ ସନା କୌଣସି ବଡ଼ ଅପରାଧ ଯୋଜନା କରୁଥିବା ଅନୁମାନ କରୁଛି ପୋଲିସ। ଏଥିରେ ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି ତାହାର ତଦନ୍ତ ଚାଲିଛି ବୋଲି କହିଛନ୍ତି କଟକ ଡିସିପି ଋଷିକେଶ ଡାନଦେୱ ଖିଲାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.