scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ରାଇମ୍‌-ଥ୍ରିଲର ଫିଲ୍ମ ‘ଗୁମରାହ’ର ସୁଟିଂ ଶେଷ, ପୋଲିସ୍‌ ଭୂମିକାରେ ନଜର ଆସିବେ ମୃଣାଳ

28/11/2022 at 10:21 AM

ମୁମ୍ଵାଇ ୨୮।୧୧: ଲଭ୍‌ ସୋନିଆ’, ‘ସୁପର-୩୦’, ‘ତୁଫାନ୍‌’, ‘ଜର୍ସି’ ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ମୃଣାଳ ଠାକୁର । ଅପ୍‌କମିଙ୍ଗ ଥ୍ରିଲର ‘ଗୁମରାହ’ରେ ତାଙ୍କୁ ଜଣେ ଦକ୍ଷ ପୁଲିସ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏ ସଂପର୍କରେ ଏକ ସାକ୍ଷାତକାରରେ ମୃଣାଳ କହିଛନ୍ତି ଯେ, ବଡ଼ ପରଦାରେ ପୋଲିସ ଭୂମିକାରେ ଆସିବାକୁ ସବୁବେଳେ ମୋ’ର ଇଚ୍ଛା ଥିଲା । ମୁଁ ଅଦ୍ୟାବଧି କରିଥିବା ସବୁ ଭୂମିକାଠାରୁ ଏହା ଭିନ୍ନ।

ଜଣେ ପୁଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିବା ଲାଗି ମୋତେ ନିଜକୁ ସେଭଳି ଫିଟ୍‌ କରିବାକୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଛି । ଜିମ୍‌ରେ  ଝାଳ ବୁହାଇବାଠାରୁ ଆରମ୍ଭ କରି ତାଲିମପ୍ରାପ୍ତ ଆଥଲେଟ୍‌ମାନଙ୍କ ସହ ଦିନକୁ ବେଶ୍‌ କେଇ କିମି ଦୌଡ଼ିବା, ବନ୍ଧୁକ ଚାଳନା ଶିକ୍ଷା ପରି ସବୁପ୍ରକାର କାମ ମୁଁ କରିଛି । ଏପରିକି ପୁଲିସକର୍ମୀଙ୍କ ମାନସିକ ସ୍ଥିତିକୁ ବୁଝିବା ଲାଗି କିଛି ମହିଳା ପୁଲିସ ଅଧିକାରୀଙ୍କ ସହ ମିଶିଛି । ଏଭଳିକ୍ଷେତ୍ରରେ ଦର୍ଶକେ ଏହି ଫିଲ୍ମରେ ମୋ’ର ଅଭିନୟକୁ ପସନ୍ଦ କରିବେ ବୋଲି ଆଶା । ଏହା ମୋ’ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଇପାରିବ ବୋଲି ବିଶ୍ୱାସ ରହିଛି । ‘ଗୁମରାହ’ରେ ମୃଣାଳଙ୍କ ବିପକ୍ଷରେ ଆଦିତ୍ୟ ରୟ କପୁର ସ୍କ୍ରିନ୍‌ ସେୟାର କରିବେ ।

ଏହା ୨୦୧୯ ମସିହାରେ ରିଲିଜ୍‌ ହୋଇଥିବା ଏକ ତାମିଲ ଫିଲ୍ମର ହିନ୍ଦୀ ରିମେକ୍‌ । ବର୍ଦ୍ଧନ କେଟକର ଏହାର ନିର୍ଦ୍ଦେଶନାରେ ଅଛନ୍ତି । ଭୂଷଣ କୁମାରଙ୍କ ଟି-ସିରିଜ୍‌ ଏବଂ ମୁରାଦ୍‌ ଖେତାନିଙ୍କ ସିନେ ୱାନ୍‌ ଷ୍ଟୁଡିଓ ପ୍ରଯୋଜନାରେ ରହିଛି । ୨୦୨୩ରେ ଫିଲ୍ମଟି ରିଲିଜ୍‌ ହେବ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ମୃଣାଳଙ୍କ ଅଭିନୀତ ‘ପିପ୍ପା’ ଆସନ୍ତାମାସରେ ରିଲିଜ୍‌ ହେବ । ସେହିପରି ୨୦୨୩ରେ ତାଙ୍କର ‘ପୂଜା ମେରି ଜାନ୍‌’, ‘ଆଖଁ୍‌ ମିଚୋଲି’ ରିଲିଜ୍‌ ହେବାର ଅଛି ।

   Related Posts